fbpx

ପୁଣି ମଝି ଆକାଶରେ ଫସିଲା ଇଣ୍ଡିଗୋ: ଏହି କାରଣରୁ କରାଚିରେ ଓହ୍ଲାଇଲା ବିମାନ

ନୂଆଦିଲ୍ଲୀ: ଦେଶରେ ବାରମ୍ବାର ବିମାନ ସେବା ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି । ପୁଣିଥରେ ମଝି ଆକାଶରେ ଏକବିମାନ ଫସିଥିବା ଘଟଣା ସାମନାକୁ ଆସିଛି । ପୁଣି ଥରେ ପାକିସ୍ତାନର କରାଚିରେ ଅଚାନକ ଅବତରଣ କରିଛି ଇଣ୍ଡିଗୋ ବିମାନ । ଯାତ୍ରୀମାନଙ୍କୁ ଫେରାଇ ଆଣିବା ପାଇଁ ଆଉ ଏକ ବିମାନର ବ୍ୟବସ୍ତା କରାଯାଇଛି ।

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଇଣ୍ଡିଗୋ ବିମାନରେ ଦେଖାଦେଇଛି ଯାନ୍ତ୍ରିକ ତ୍ରୁଟି । ଶାରଜାହାରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ଏଭଳି ଅଘଟଣ ଘଟିଥିବା ଜାଣିବାକୁ ମିଳିଛି । ମଝି ଆକାଶରେ ବିମାନ ଚଳାଚଳ ବ୍ୟାଘାତ ହେବାରୁ ଜରୁରୀ ଅବତରଣ କରିଛି ଇଣ୍ଡିଗୋ ଫ୍ଲାଇଟ । ପାକିସ୍ତାନର କରାଚିଠାରେ ଓହ୍ଲାଇଛି ଭାରତର ଏକ ଇଣ୍ଡିଗୋ ବିମାନ । ତେବେ ଯାତ୍ରୀମାନଙ୍କୁ ସୁରକ୍ଷିତ ହାଇଦ୍ରାବାଦ ଫେରାଇ ଆଣିବାକୁ ଆଉ ଏକ ବିମାନର ବ୍ୟବସ୍ଥା କରାଯାଇଛି । ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ ତରପରୁ ଅନ୍ୟ ଏକ ବିମାନ ପଠାଯାଇ ସେମାନଙ୍କୁ ଅଣାଯିବାର ବ୍ୟବସ୍ଥା ହୋଇଛି ।

ଗତ ସପ୍ତାହରେ ମଧ୍ୟ ଏକ ସ୍ପାଇସ ଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇତିଲା । ଯାହା ପଳରେ ଏହିବିମାନ ମଧ୍ୟ ପାକିସ୍ତାନର କରାଚି ଠାରେ ଜରୁରୀ ଅବତରଣ କରିଥିଲା । ତେବେ ବାରମ୍ବାର ଏମିତି ବିମାନରେ ଯାନ୍ତ୍ରିକ ତ୍ରୁଟି ଏବେ କର୍ତ୍ତୃପକ୍ଷଙ୍କ ଉପରକୁ ଆଙ୍ଗୁଠି ଉଠାଇଛି । ଯାତ୍ରୀମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ବିମାନରେ ଏହି ଯାନ୍ତ୍ରିକ ତ୍ରୁଟି ।

Get real time updates directly on you device, subscribe now.