fbpx

ମାର୍ଗାରେଟ୍ ଆଲଭା ହେବେ ବିରୋଧୀ ମହାମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ଶରଦ ପାୱାର

ନୂଆଦିଲ୍ଲୀ: ଆସନ୍ତା ମାସ ୬ ତାରିଖରେ ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ଶାସକ ଏନଡିଏ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ଏନଡିଏ ପକ୍ଷରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ଆଜି ବିରୋଧୀ ମହାମେଣ୍ଟ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମାର୍ଗାରେଟ୍ ଆଲଭାଙ୍କ ନାମ ଘୋଷଣା କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର ।

କର୍ଣ୍ଣାଟକ ନିବାସୀ ମାର୍ଗାରେଟ ଜଣେ କଂଗ୍ରେସ ନେତ୍ରୀ ହୋଇଥିବା ବେଳେ ସେ ପୂର୍ବରୁ ଗୋଆର ରାଜ୍ୟପାଳ ଥିଲେ । ସେ ୧୯୪୨ ମସିହା ଏପ୍ରିଲ ୧୪ରେ ଜନ୍ମଗ୍ରହଣ କରିଥିଲେ । ମାର୍ଗାରେଟ ନିଜର ଶିକ୍ଷା କର୍ଣ୍ଣାଟକରେ ସମ୍ପୂର୍ଣ୍ଣ କରିଥିଲେ । ପରେ ସେ କଂଗ୍ରେସରେ ଯୋଗଦେଇଥିଲେ ଓ ଦଳ ତରଫରୁ ତାଙ୍କୁ ରାଜ୍ୟସଭା ପଠାଯାଇଥିଲା । ସେ ବିଭିନ୍ନ ମନ୍ତ୍ରଣାଳୟର ସମିତି ସହିତ ମଧ୍ୟ ସାମିଲ ହୋଇଥିଲେ ।

୧୯୭୫ରେ ପାର୍ଟି ପକ୍ଷରୁ ତାଙ୍କୁ ମହାସଚିବ ଦାୟିତ୍ୱ ଦିଆଯାଇଥିଲା । ସେ ମୋଟ ୪ ଥର ରାଜ୍ୟସଭା ସଦସ୍ୟ ରହିଥିବା ବେଳେ ୧୯୯୯ରେ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଆସନ୍ତା ୧୯ ତାରିଖ ମଧ୍ୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ । ୨୦ ତରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ ଓ ୨୨ରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ।

Get real time updates directly on you device, subscribe now.