fbpx

ବାଲେଶ୍ୱର: ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ପିକଅପ୍, ଆହାତଙ୍କୁ ଉଦ୍ଧାର ପରିବର୍ତ୍ତେ ମଦ ବୋହି ନେଲେ ଲୋକେ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଛପୋଲିଆ ନିକଟରେ ଓଲଟିଲା ମଦ ବୋଝେଇ ପିକଅପ୍, ଆହାତଙ୍କୁ ଉଦ୍ଧାର ପରିବର୍ତେ ମଦ ବୋହି ନେଲେ ଲୋକେ। ମଦ ବୋଝେଇ ପିକଅପ୍ ଟି ବାଲେଶ୍ବର ରୁ ଜାମୁଝାଡିରେ ଥିବା ମଦ କାଉଣ୍ଟର୍ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଛପୋଲିଆ ନିକଟରେ ଓଲଟି ପଡିଥିଲା। ପିକଅପ୍‌ରେ ୧୬ ଲକ୍ଷ ଟଙ୍କାର ମଦ ଥିବା ସୁଚନା ମିଳିଥିବା ବେଳେ ଲୋକମାନେ ଆହାତ ମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ମାନବିକତା ହରାଇ ମଦ ବୋହିନେଇ ଯାଉଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସୋର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପିକପ୍ ଜବତ କରିବା ସହ ତଦନ୍ତ ଆରମ୍ଭ କରୁଛନ୍ତି।

Get real time updates directly on you device, subscribe now.