fbpx

(Video) ୧୦ ଦିନ ଧରି ଉପଭୋଗ କରିବା ପରେ ଛାଡ଼ିଦେଲା ପ୍ରେମିକ: ନ୍ୟାୟ ପାଇବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ

ପୁରୀ(ଓଡ଼ିଶା ଭାସ୍କର): ଆଜିକାଲି ବାହାଘରର ଲୋଭ ଦେଖାଇ ପ୍ରେମରେ ଧୋକା ଦେଉଥିବାର ଅନେକ ଘଟଣା ସାମ୍ନାକୁ ଆସୁଛି । କିଏ ଲିଭ-ଇନରେ ରହି ଛାଡ଼ି ଦେଉଛନ୍ତି ତ ଆଉ କିଏ ବାହାଘରରୁ ବଞ୍ଚିବା ପାଇଁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହିଁ । ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ବାହାଘରର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କ ସହ ୧୦ ଦିନ ଧରି ଶାରିରୀକ ସମ୍ପର୍କ ରଖିଥିଲେ । କିନ୍ତୁ ମନ ଭରିଯିବା ପରେ ଯୁବତୀଙ୍କୁ ବାହା ହେବାକୁ ରୋକଠୋକ୍ ମନା କରିଥିଲେ ।

ଘଟଣାକୁ ନେଇ ଯୁବତୀ ଜଣକ ନ୍ୟାୟ ପାଇବା ଆଶାରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେ ଥାନା ଆଗରୁ ଉଠିବେ ନାହିଁ ବୋଲି କହିଛନ୍ତି । ତେବେ ଯୁବତୀଙ୍କ ନାଁ ପାପାୁନି ହୋଇଥିବା ବେଳେ ସେ ସମ୍ପଦ ଦାମକ ଜଣେ ପୁଅକୁ ଭଲପାଇ ବସିଥିଲେ । ପରସ୍ପର ଭିତରେ ମନ ଦିଆନିଆ ପରେ ଦୁହେଁ ବିବାହ କରିବେ ବୋଲି ପ୍ରତିଶ୍ରୁତି ନେଇଥିଲେ । ଫଳରେ ୯ ତାରିଖ ଦିନ ପାପୁନି ନିଜ ପ୍ରେମିକ ସହ ଘର ଛାଡି ପଳାଇ ଯାଇଥିଲେ । ଦୁହେଁ ଆନ୍ଧ୍ରରେ ଜଣେ ସର୍ମ୍ପକୀୟଙ୍କ ଘରେ ରହିଥିଲେ ଓ ସେଠାରେ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ପ୍ରାୟ ୧୦ ଦିନ ପରେ ସମ୍ପଦ ପାପୁନିଙ୍କୁ ବାହା ହେବେନି ବୋଲି କହିଥିଲେ ।

ତେବେ ପାପୁନିଙ୍କର ଅଲଗା ଜାତି ହୋଇଥିବା ସମ୍ପଦ ବାହାହେବାକୁ ମନା କରିଥିବା ଜଣାପଡିଛି । ସେ ପାପୁନିଙ୍କୁ ଏକ ଘରେ ବନ୍ଦ କରି ରଖିଥିବା ବେଳେ ମାଡ଼ ମଧ୍ୟ ମାରିଥିଲେ । କିନ୍ତୁ ପାପୁନି ପରିସ୍ରା ଯାଉଛି କହି ସେଠାରୁ ଖସି ଆସିଥିଲେ ଓ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.