fbpx

Video: ବ୍ୟାଙ୍କରୁ ଟଙ୍କା ଉଠାଇବା ମନା, ପ୍ରଦର୍ଶନକାରୀଙ୍କୁ ଭୟଭୀତ କରିବା ପାଇଁ ରାଜରାସ୍ତାରେ ଟ୍ୟାଙ୍କ ଗଡ଼ାଇଲା ଚୀନ

ନୂଆଦିଲ୍ଲୀ: ପୁଣି ଥରେ ଚାଇନାର କମ୍ୟୁନିଷ୍ଟ ପାର୍ଟି ରାଜରାସ୍ତାରେ ଟ୍ୟାଙ୍କ ଗାଡ଼ି ସାଧାରଣ ଲୋକଙ୍କୁ ଡ଼ରାଇବାକୁ ଚେଷ୍ଟା କରିଛି। ହେନାନ ବ୍ୟାଙ୍କ ସମ୍ମୁଖରେ ପ୍ରଦର୍ଶନକାରୀଙ୍କୁ ଭୟଭୀତ କରାଇବା ପାଇଁ ବୁଧବାର ଦିନ ରାସ୍ତାରେ ପୁଣି ଚୀନ ସରକାର ଟ୍ୟାଙ୍କ ଗଡାଇଛନ୍ତି। ଯାହା ୧୯୮୯ ଟିଆନମେନ ସ୍କୋୟାର ହତ୍ୟାକାଣ୍ଡକୁ ମାନେ ପକେଇ ଦେଇଛି। ଦେଶର ହେନାନ ପ୍ରଦେଶ ଗତ କିଛି ସପ୍ତାହ ଧରି ପୋଲିସ ଏବଂ ଜମାକାରୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି। ବ୍ୟାଙ୍କ ଜମାକାରୀଙ୍କ ଫ୍ରିଜ୍ ହୋଇଯାଇଥିବା ଟଙ୍କାକୁ ମୁକୁଳାଇବା ପାଇଁ ପ୍ରଦେଶରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ଚାଲିଛି।​​

ଚଳିତ ବର୍ଷ ଏପ୍ରିଲରୁ ବ୍ୟାଙ୍କରୁ ସେମାନଙ୍କ ସଞ୍ଚୟ ପ୍ରତ୍ୟାହାର କରିବାକୁ ବାରଣ କରାଯାଇଛି। ତେବେ ବର୍ତମାନ ସାମାଜିକ ଗଣମାଧ୍ୟମରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଚାଇନିଜ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଟ୍ୟାଙ୍କଗୁଡିକ ଲୋକଙ୍କୁ ବିରୋଧୀଙ୍କୁ ଭୟଭୀତ କରିବା ପାଇଁ ରାଜାରାସ୍ତାରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିବ। ରାସ୍ତାର ପାର୍ଶ୍ୱରେ ଠିଆ ହୋଇଥିବା ଏବଂ ଟ୍ୟାଙ୍କ ଗଡ଼ୁଥିବା ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ଚୀନ୍‌ର ହେନାନ ପ୍ରଦେଶରେ ଜମାକାରୀମାନେ ଜୁଲାଇ ୧୫ରେ ପ୍ରଥମ ଥର ସହିତ ବ୍ୟାଚ୍‌ରେ ସେମାନଙ୍କ ଫ୍ରିଜ୍ ଟଙ୍କା ଫେରସ୍ତ କରିବେ ବୋଲି ପ୍ରତିଶ୍ରୁତି ମିଳିଥିଲା। ମାତ୍ର ଅଳ୍ପ କେତେଜଣ ଜମାକାରୀ ସେମାନଙ୍କ ଟଙ୍କା ପାଇଛନ୍ତି। ତେବେ ବର୍ତମାନ ବ୍ୟାଙ୍କଗୁଡିକ ପାଖରେ ସେମାନଙ୍କ ଟଙ୍କା ଅଛି କି ନାହିଁ ଏକ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ହେନାନର ପ୍ରାଦେଶିକ ରାଜଧାନୀ ଜେଙ୍ଗଜୋ ସହରରେ ଶହ ଶହ ଜମାକାରୀ ଅନେକ ପ୍ରଦର୍ଶନ କରିଛନ୍ତି, କିନ୍ତୁ ଚୀନ୍ କର୍ତ୍ତୃପକ୍ଷ ସେମାନଙ୍କ ଦାବିକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।

Get real time updates directly on you device, subscribe now.