ଇଣ୍ଟରସିଟି ଏବଂ ଶତାବ୍ଦୀର ଯାତ୍ରୀମାନଙ୍କୁ ଖୁସି ଖବର: ବଡ ଘୋଷଣା କଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ଅଧିକାଂଶ ସମୟ ଟ୍ରେନ ଯାତାୟତ କରୁଥିବା ଯାତ୍ରୀମାନଙ୍କ ପାଇଁ ସରକାର ଆଣିଛନ୍ତି ଖୁସିର ଖବର । ରେଲୱେ ତରଫରୁ ଯାନ୍ତ୍ରିକ ତ୍ରୁଟି ସୁଧାର ପରେ ସେମି ହାଇ ସ୍ପିଡକୁ ନେଇ କାର୍ଯ୍ୟ ଜାରି ରହିଛି । ଟ୍ରେନରେ ବର୍ଦ୍ଧିତ ସୁବିଧା ସୁଯୋଗ ଯୋଗୁଁ ଟ୍ରେନରେ ଯାତାୟତ କରିବା ପାଇଁ ଆକର୍ଷିତ ହୋଇଥାନ୍ତି ଯାତ୍ରୀ । ପାସେଞ୍ଜରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିୟମରେ ମଧ୍ୟ ପରିବର୍ତ୍ତନ କରୁଛି ରେଲୱେ ।

ଯାତ୍ରୀମାନଙ୍କ ପାଇଁ ଏବେ ରେଲୱେ ତରଫରୁ କରାଯାଉଛି ଏକ ବଡ ପରିବର୍ତ୍ତନ । ଶତାବ୍ଦୀ, ଜନଶତାବ୍ଦୀ ଏବଂ ଇଣ୍ଟରସିଟି ଟ୍ରେନଗୁଡିକରେ ଏହି ସମସ୍ତ ପରିବର୍ତ୍ତନ ହେବାକୁ ଯାଉଛି । ରେଲୱେ ଏଣିକି ଏହି ୩ ଟ୍ରେନକୁ ବନ୍ଦେ ଭାରତ ଏକ୍ସପ୍ରେସ ସହିତ ରିପ୍ଲେସ କରିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି । ଯାହା ଫଳରେ ପୂର୍ବ ଅପେକ୍ଷା ଯାତ୍ରୀମାନଙ୍କୁ ଅଧିକ ସୁବିଧା ଉପଲବ୍ଧ ହୋଇ ପାରିବ । ଏହାଛଡା ଯାତ୍ରା କମ ସମୟର ମଧ୍ୟ ହେବ ବୋଲି କୁହାଯାଇଛି ।

ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଚାଲୁ ହେବାର ଯୋଜନା ରହିଛି । ଏହି ୩ଟି ଟ୍ରେନର ଯାତ୍ରୀ ଏବେ ସେମି ହାଇ ସ୍ପିଡ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା ଆହୁରି ମାଜାଦାର ହେବ ବୋଲି ଆଶା କରାଯାଉଛି । ଆସନ୍ତାବର୍ଷ ମଧ୍ୟରେ ଦେଶରେ ୭୫ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଗଡିବା ନେଇ ଘୋଷଣା କରିଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏ ନେଇ ବିଭାଗ ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଥିବା ଅନୁମାନ ହେଉଛି ।

ତେବେ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଲକ୍ଷେ୍ନø, ଦିଲ୍ଲୀ-ଅମୃତସର ଏବଂ ପୁରୀ-ହାୱଡା ସମେତ ୨୭ ରେଲୱେ ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡିବା ନେଇ ପ୍ରକାଶ କରିଥିଲେ ରେଳମନ୍ତ୍ରୀ । ଏହାବ୍ୟତୀତ ଦିଲ୍ଲୀ-ଭୋପାଲ ଏବଂ ଦିଲ୍ଲୀ-ଚଣ୍ଡୀଗଡ ରେଲୱେ ଲାଇନରେ ସଞ୍ଚାଳିତ ହେଉଥିବା ଶତାବ୍ଦୀ ଏକ୍ସପ୍ରେସରେ ପରିବର୍ତ୍ତନ କରାଯିବ ।