fbpx

ସୁନ୍ଦରଗଡରେ ଡବଲ୍ ମର୍ଡର: ହତ୍ୟାକାରୀକୁ ହତ୍ୟା କଲା ଦୁର୍ବୁୁତ୍ତ

ସୁନ୍ଦରଗଡ଼: ୭୨ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କୋଦାଳରେ ହାଣି ହତ୍ୟା କଲା ହତ୍ୟାକାରୀ । ଆଉ ଏହାର କିଛି ସମୟ ପରେ ହତ୍ୟାକାରୀକୁ ହିଁ କେହି କଲା ହତ୍ୟା । ଏଭଳି ଡବଲ ମର୍ଡର ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନ ଅନ୍ତର୍ଗତ ସାଲବିରା ଗ୍ରାମରେ ।

ସୂଚନା ଅନୂଯାୟୀ, ସାଲବିରା ଗ୍ରମାର ପ୍ରଫୁଲ୍ଲ ମାଝୀ ନାମକ ଜଣେ ୭୨ ବୟସ୍କ ବୃଦ୍ଧ ଗୁରୁବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଜଙ୍ଗଲକୁ ଚରାଇବାକୁ ନେଇଥିବା ଗାଈଙ୍କୁ ଘରକୁ ନେଇ ଆସୁଥିବାବେଳେ ଜଣେ ବ୍ୟକ୍ତି ଘନଶ୍ୟାମ ମାଝୀ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ କୋଦାଳ ଏବଂ ଟାଙ୍ଗିଆ ରେ ହାଣି ହତ୍ୟା କରିଥିଲା। ତେବେ ଘଟଣା ଘଟାଇ ଫେରୁଥିବାବେଳେ ଘନଶ୍ୟାମଙ୍କୁ ମଧ୍ୟ କେହି ହତ୍ୟା କରିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ତେବେ ଘନଶ୍ୟାମଙ୍କୁ କିଏ ଏବଂ କାହିଁକି ତାଙ୍କ ହତ୍ୟା କଲା ସ୍ପଷ୍ଟ ହୋଇନାହିଁ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପ୍ରଫୁଲ୍ଲ ମାଝୀ କୁ ଘନଶ୍ୟାମ ହତ୍ୟା କରିଥିବା ବେଳେ ଘନଶ୍ୟାମ ମାଝୀ କୁ କିଏ ହତ୍ୟା କରିଛି ତାହା ଅସ୍ପଷ୍ଟ ରହିଛି। ସେପଟେ ଘନଶ୍ୟାମକ ତାନିଜ ପୁଅ ମାରିଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଚାଲିଛି ।

 

Get real time updates directly on you device, subscribe now.