fbpx

ଗ୍ୟାଲେକ୍ସିରୁ ମିଳୁଛି ରହସ୍ୟମୟୀ ରେଡିଓ ସିଗନାଲ: କାହିଁକି ଏମିତି ଦାବି କଲେ MIT ବୈଜ୍ଞାନିକ?

ଗତ ୨ ବର୍ଷରୁ ଆମେରିକା ଏବଂ ଚୀନ ସମେତ ଅନେକ ଦେଶର ବୈଜ୍ଞାନିକ ଅନ୍ତରୀକ୍ଷରୁ ଆସୁଥିବା ଏହି ରହସ୍ୟମୟୀ ରେଡିଓ ସିଗନାଲକୁ ଧରିଛନ୍ତି । କିନ୍ତୁ ଏହା ମାତ୍ର କିଛି ମିଲି ସେକେଣ୍ଡ ପାଇଁ ରହିଥାଏ । ତେବେ ଏଥର ଏହା ସୁଦୂର ଗ୍ୟାଲେକ୍ସିରୁ ଆସିଥିବା ରେଡିଓ ସିଗନାଲକୁ ମେସୋଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(MIT)ର ବୈଜ୍ଞାନିକ ଚିହ୍ନଟ କରିଛନ୍ତି । ତେବେ ଏହି ସିଗନାଲ ୩ ସେକେଣ୍ଡ ପର୍ଯ୍ୟନ୍ତ ରହିଥିଲା । ଏହା ଖୁବ ବିଚିତ୍ର, ଶକ୍ତିଶାଳୀ ଏବଂ ରହସ୍ୟମୟୀ ଥିଲା ।

Strange Radio Signal

ଏହା ଏକ ପ୍ରକାର ରେଡିଓ ବିସ୍ଫୋରଣ ଥିଲା ବୋଲି ଅନୁମାନ କରାଯାଉଛି । ଅର୍ଥାତ ରେଡିଓ ତରଙ୍ଗର ବିସ୍ପୋରଣ ଯାହା ଖୁବ ଶକ୍ତିଶାଳୀ ରେଡିଓ ତରଙ୍ଗ ଯାହା ପୃଥିବୀକୁ ପଠାଯାଇଥାଏ । MITର ବୈଜ୍ଞାନିକଙ୍କ କହିବା ଅନୁସାରେ, ସିଗନାଲ ପ୍ରତି ୦.୨ ସେକେଣ୍ଡ ଗ୍ୟାପରେ ୩ ସେକେଣ୍ଡ ପର୍ଯ୍ୟନ୍ତ ଆସିଥାଏ । ତେବେ ଏହି ଗ୍ୟାପରେ କୌଣସି ପ୍ରକାର ଅନ୍ତର ନଥିଲା ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି ।

ଏହି ରେଡିଓ ସିଗନାଲ ବିଷୟରେ ନେଚର ଜର୍ଣ୍ଣାଲରେ କୁହାଯାଇଛି । ଏହି ରେଡିଓ ତରଙ୍ଗକୁ ‘ଦ କାନାଡିଆନ ହାଇଡ୍ରୋଜେନ ଇଣ୍ଟେନସିଟି ମ୍ୟାପିଙ୍ଗ ଏକ୍ସପେରିମେଣ୍ଟ(CHIME) ରେକର୍ଡ କରିଥିଲା । ହାଇଡ୍ରୋଜେନ ଯୋଗୁଁ ବାହାରୁଥିବା ଏହି ରେଡିଓ ସିଗନାଲକୁ ଧରିବା ପାଇଁ କ୍ଷମତା ରହିଥାଏ CHIME । ଫାଷ୍ଟ ରେଡିଓ ବେସ୍ଡ(FRB)କୁ ମଧ୍ୟ ଧରିବାରେ ସକ୍ଷମ ହୋଇଥାଏ । MITର କେଲଭିନ ଲିଉଙ୍ଗ, ଜୁଆନ ମେନା ପାରା, କାଟାଲିନ ଶିନ, କିୟୋଶୀ ମାସୁଇ ଏବଂ ଡାନିଏଲ ମିଶିଲି ଏହି ରେଡିଓ ବିସ୍ଫୋରଣ ଉପରେ ଷ୍ଟଡି କରିଥିଲେ । ମିଶିଲି ଏହି ସିଗନାଲକୁ ଷ୍ଟଡି କରୁଥିବା ଟିମର ନେତୃତ୍ୱ ନେଉଥିଲେ ।

Strange Radio Signal

ଏହି ସିଗନାଲ ଖୁବ ବିଚିତ୍ର ବୋଲି ପ୍ରକାଶ କରିଥିଲେ ମିଶିଲି । ୨୦୧୯ ଫେବୃୟାରୀରୁ ଡିସେମ୍ବର ୨୧ରେ ମିଶିଲି ଏହି ସିଗନାଲକୁ ଧରିଥିଲେ । ଏହାସହିତ ସିଗନାଲ ବିଷୟରେ ଅନ୍ୟ ତଥ୍ୟ ମଧ୍ୟ ଦେଇଛନ୍ତି ବୈଜ୍ଞାନିକ ମିଶିଲି । ତେବେ ଏହି ସିଗନାଲକୁ FRB20191221A ନାମ ଦିଆଯାଇଥିବା ମିଶିଲି କହିଛନ୍ତି । ଏହା ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ରେଡିଓ ସିଗନାଲ ଥିଲା । ଏବେ ପର୍ଯ୍ୟନ୍ତ ବୈଜ୍ଞାନିକ ଏହା ମଧ୍ୟ ଜାଣି ପାରି ନାହାନ୍ତି ଯେ, FRBର ଉତ୍ପତ୍ତି କିପରି ହୋଇଥାଏ । ତେବେ ଏହା କୌଣସି ରେହିଓ ପଲସର କିମ୍ବା ମ୍ୟାଗ୍ନେଷ୍ଟରରୁ ସୃଷ୍ଟି ହେଉଥିବା ଅନୁମାନ କରାଯାଉଛି ।

Strange Radio Signal

Get real time updates directly on you device, subscribe now.