fbpx

ସ୍ୱାମୀକୁ ଘାରିଲା ଶୋଲେ ଫିଲ୍ମର ନିଶା, ଭୀରୁ ଷ୍ଟାଇଲରେ ପତ୍ନୀଙ୍କୁ ମନାଇବାକୁ ଚେଷ୍ଟା…

ଧନ ତୁମେ ଫେରିଆସ… ମୋ ଉପରେ ଅଭିମାନ କରନାହିଁ… ମୋ ପାଖକୁ ଫେରିଆସ । କିଛି ଏଭଳି କଥା କହି ନିଜ ପତ୍ନୀଙ୍କୁ ବାପ ଘରୁ ଫେରିଆସିବାକୁ ମନାଉଥିଲା ଯୁବକ । ଖାଲି ସେତିକି ନୁହେଁ ମଦ ନିଶାରେ ମୋବାଇଲ ଟାୱାର ଉପରେ ମଧ୍ୟ ଚଢ଼ିଯାଇଥିଲେ ଏହି ବ୍ୟକ୍ତି । ଆଉ ରାଗରେ ବାପ ଘରକୁ ଚାଲିଯାଇଥିବା ପତ୍ନୀଙ୍କୁ ଫେରିଆସିବାକୁ କରୁଥିଲେ ଚେଷ୍ଟା ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ଜାଲନାରେ । ଜିଲ୍ଳାର ଦଭାଡୀ ଗ୍ରାମର ଗଣପତ ବକାଲ ନାମକ ଜଣେ ବ୍ୟକ୍ତି ମଦ ପିଇ ନିଶାରେ ଚଢ଼ିଯାଇଥିଲେ ଏକ ୧୦୦ ଫୁଟ୍ ମୋବାଇଲ ଟାୱାରେ ଉପରେ । ଆଉ ନିଜ ପତ୍ନୀଙ୍କୁ ଫେରିଆସିବାକୁ କହି ମୋବାଇଲ ଟାୱାର ଉପରୁ ହିଁ ପାଟି କରୁଥିଲେ ।

କୁହାଯାଉଛି ଗଣପତ ଏବଂ ତାଙ୍କ ପତ୍ନୀଙ୍କ ମଧରେ ଝଗଡ଼ା ହୋଇଥିଲା । ଫଳରେ ପତ୍ନୀ ରାଗରେ ବାପଘରକୁ ଚାଲିଯାଇଥିଲେ ଏହାପରେ ପତ୍ନୀଙ୍କୁ ଫେରାଇଆଣିବାକୁ ନିଶାରେ ଏଭଳି ହଙ୍ଗାମା କରିଥିଲେ ଗଣପତ । ଆଉ ତାଙ୍କୁ ତଳକୁ ଓହ୍ଲାଇବାକୁ ଗାଁଲୋକଙ୍କ ଠାରୁ ଆରମ୍ଭ କରି ଦମକଳବାହିନୀ ଏବଂ ପୋଲିସ ନାକେଦମ ହୋଇଯାଇଥିଲେ । ଶେଷରେ ତାଙ୍କର ଘରୋଇ ବିବାଦର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ସେ ଓହ୍ଲାଇଥିଲେ ।

ପୋଲିସ୍ ଅଧିକାରୀ କହିଛନ୍ତି ଯେ ସେ ଏଭଳି ନିଶା କାରଣରୁ କରୁଥିଲେ । ପ୍ରାୟ ୪ ଘଣ୍ଟା ପରେ ତାଙ୍କୁ ତଳକୁ ଓହ୍ଲାଯାଇଥିଲା । ଅଧିକାରୀ କହିଛନ୍ତି ଯେ ବ୍ୟକ୍ତିଙ୍କୁ ପଚରାଉଚରା ପରେ ଛାଡ଼ିଦିଆଯାଇଥିଲା । ତେବେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଏହି ସଂପୂର୍ଣ୍ଣ ଘଟଣା ପୂରା ୧୯୭୦ ର ଫିଲ୍ମ ଶୋଲେ ଭଳି ହୋଇଥିଲା ।

Get real time updates directly on you device, subscribe now.