ଭୁବନେଶ୍ୱର: ରାଜ ରାସ୍ତାରେ ମାଡ ଖାଇଲେ ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର। ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତିଙ୍କ ସହିତ ସମ୍ପର୍କରେ ଥିବା ଅଭିଯୋଗରେ ରାଜରାସ୍ତାରେ ପ୍ରକୃତିଙ୍କୁ ଗୋଡେଇ ଗୋଡେଇ ପିଟିଛନ୍ତି ତାଙ୍କ ସ୍ତ୍ରୀ ତୃପ୍ତି ମହାନ୍ତି। ଆଜି ସକାଳୁ ପ୍ରାୟ ୬ଟା ସମୟରେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ବାବୁସାନ୍ ଏବଂ ପ୍ରକୃତି ଏକ କାର୍ରେ ସାଙ୍ଗ ହୋଇ ଯିବା ସମୟରେ ନିଜ ସହିତ କିଛି ଲୋକଙ୍କୁ ଧରି ତାଙ୍କ ବାଟ ଓଗାଳିଥିଲେ ତୃପ୍ତି।
ଏହାପରେ ପ୍ରକୃତି ତାଙ୍କ ପରିବାରକୁ ଧ୍ୱଂସ କରିଦେଇଥିବା ଅଭିଯୋଗ କରିଛନ୍ତି ବାବୁସାନଙ୍କ ସ୍ତ୍ରୀ ତୃପ୍ତି। ଏହି ସମୟରେ ତୃପ୍ତି ବାବୁସାନଙ୍କୁ ଟଣାଟଣି କରିବା ସହିତ ପ୍ରକୃତିଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେଠାରେ ଏକ ଗେଷ୍ଟ ହାଉସ୍ ରହିଛି, ଯାହାକୁ ପ୍ରକୃତି ୩ଦିନ ପାଇଁ ବୁକ୍ କରିଥିଲେ। ଏଠାରେ ସେ କାହିଁକି ରୁମ୍ ବୁକ୍ କରିଥିଲେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ଏହି ସ୍ଥାନକୁ ସେ ପୁର୍ବରୁ ମଧ୍ୟ ଅନେକ ସମୟରେ ଆସିିବାର ଲୋକେ କହିଛନ୍ତି । କିଛି କିଛି ସମୟରେ ବାବୁସାନ୍ ମଧ୍ୟ ଏଠାକୁ ଆସନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ତେବେ ଏହି ଘଟଣା ବିଷୟରେ ପ୍ରକୃତି ମିଶ୍ର ଏକ ଘରୋଇ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ଯେ, ବାବୁସାନ୍ ତାଙ୍କର ପୁରୁଣା ବନ୍ଧୂ। ଉଭୟଙ୍କ ମଧ୍ୟରେ ସେମିତିି କୋଣସି ସମ୍ପର୍କ ନାହିଁ। ଚେନ୍ନାଇରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ଦୁହେଁ ଏୟାରପୋର୍ଟ ଯାଉଥିଲେ। ଏହି ସମୟରେ ବାବୁସାନ୍ଙ୍କ ସ୍ତ୍ରୀ ବିନା କାରଣରେ ତଙ୍କର ମାନ ହାନୀ କରିଛନ୍ତି। ଏହି ଘଟଣା ପାଇଁ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ।