fbpx
BSKY
BJD MC SKY
BJD YOUTH SKY

IT ରିଟର୍ଣ୍ଣ ଭରିବାର ଶେଷ ତାରିଖ ପଡୁଛି ରବିବାର, ବ୍ୟାଙ୍କ ଛୁଟି, କରଦାତାଙ୍କ ଉପରେ ଏହାର ପ୍ରଭାବ ପଡିବ କି ?

ନୂଆଦିଲ୍ଲୀ: ୨୦୨୧-୨୨ର ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଶେଷ ତାରିଖ ହେଉଛି ଜୁଲାଇ ୩୧। ତେଣୁ ଏହା ପୂର୍ବରୁ ଶୀଘ୍ର ରିଟର୍ଣ୍ଣ ଭରିବା ପାଇଁ ଆୟକର ବିଭାଗ ଲୋକଙ୍କୁ ଲଗାତାର ଅପିଲ୍ କରୁଛି। ଆଉ ବିଭାଗ ଏହା ମଧ୍ୟ ସଙ୍କେତ ଦେଇଛି ଯେ, ଏହାର ତାରିଖ ଆଗକୁ ବଢାଯିବ ନାହିଁ। ଏଥିସହ ଜୁଲାଇ ୩୧ରେ ପ୍ରାୟ ଏକ କୋଟି କରଦାତା ଆଇଟିଆର ଦାଖଲ କରିବେ ବୋଲି ଆଶା ରଖିଛି ଆୟକର ବିଭାଗ।

ହେଲେ ରିଟର୍ଣ୍ଣ ଭରିବାର ଶେଷ ତାରିଖ ଅର୍ଥାତ ଜୁଲାଇ ୩୧ ରବିବାର ପଡୁଛି ଏବଂ ବ୍ୟାଙ୍କ ବି ବନ୍ଦ ରହିବ। ଏମିତିରେ ଲକ୍ଷାଧିକ କରଦାତାଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ ଯେ, ଏହାର ପ୍ରଭାବ ରିଟର୍ଣ୍ଣ ଭରିବା ଉପରେ ପଡିବ ନାହିଁ ତ। ଆଉ ଏହାର ଉତ୍ତର ହେଉଛି କରଦାତାଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ। କାରଣ ଆୟକର ବିଭାଗ ରିଟର୍ଣ୍ଣ ଭରିବାର ସୁବିଧା 24x7x365 ଦିନ ପ୍ରଦାନ କରୁଛି। ତେଣୁ ଭଲ ହେବ ଶେଷ ତାରିଖ ପୂର୍ବରୁ ନିଜର ରିଟର୍ଣ୍ଣ ଦାଖଲ କରି ନିଅନ୍ତୁ।

ଆୟକର ବିଶେଷଜ୍ଞ କହିଛନ୍ତି, ଏବେ ରିଟର୍ଣ୍ଣ ଦାଖଲ କରିବାର ପୂରା ପ୍ରକ୍ରିୟା ଅନଲାଇନ୍ ହୋଇ ଯାଇଛି। ଅର୍ଥାତ ଏହା ଉପରେ କୌଣସି ଛୁଟି କିମ୍ବା ବ୍ୟାଙ୍କ ବନ୍ଦ ହେବାର ପ୍ରଭାବ ପଡିବ ନାହିଁ। ହେଲେ ସବୁଠୁ ଭଲ କରଦାତାଙ୍କୁ ଶେଷ ତାରିଖ ଅପେକ୍ଷା ନକରି ଏବେଠୁ ରିଟର୍ଣ୍ଣ ଫାଇଲ୍ ଭରି ଦିଅନ୍ତୁ। କାରଣ ଶେଷ ଦିନରେ ବଡ ସଂଖ୍ୟାରେ ଲୋକେ ପୋର୍ଟାଲକୁ ଯିବେ ଏବଂ ଏଥିରେ ଇଣ୍ଟରନେଟ୍ ଧିମା ପଡିପାରେ।

ଯଦି ଆପଣଙ୍କ ପାଖରେ ଅନଲାଇନ ବ୍ୟାଙ୍କିଂ ସୁବିଧା ନାହିଁ ତେବେ ନିଜ ଟ୍ୟାକ୍ସ ଭରିବା ପାଇଁ ବ୍ୟାଙ୍କ ଚାଲାଣ ଜମା କରିବାକୁ ପଡିବ। ଆଉ ଏହି କାମ ପାଇଁ ବ୍ୟାଙ୍କର ଶାଖାକୁ ଯିବାକୁ ପଡିବ। ଏହା ବ୍ୟତୀତ ଫର୍ମ ୧୬ ପାଇଁ ମଧ୍ୟ ଆପଣଙ୍କୁ ବ୍ୟାଙ୍କ ଶାଖା ଯିବାକୁ ପଡିପାରେ। ଯଦି ଆପଣ ଏହି କାମ ଶେଷ ଦିନରେ କରିବାକୁ ଚାହିଁବେ, ବ୍ୟାଙ୍କ ବନ୍ଦ ଥିବା କାରଣରୁ ସମ୍ଭବ ହୋଇ ପାରିବ ନାହିଁ। ସେଥିପାଇଁ ସମୟ ପୂର୍ବରୁ ଟ୍ୟାକ୍ସ ଭରି ଦେବା ହିଁ ବୁଦ୍ଧିମାନର କାମ ହେବ ବୋଲି ବିଶେଷଜ୍ଞ କହିଛନ୍ତି।

Get real time updates directly on you device, subscribe now.