fbpx

ଥାନାରେ ପ୍ରକୃତିଙ୍କ ବାପାମାଆ: ସେପଟେ ଭାଇରାଲ Videoକୁ ଏପରି କହିଲେ ବାବୁସାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଚର୍ଚ୍ଚିତ ଅଭିନେତା ବାବୁସାନ୍ ମହାନ୍ତିଙ୍କ ତିକୋଣୀୟ ପ୍ରେମ କାହାଣୀ ଏବେ ସାମ୍ନାକୁ ଆସିଛି । ଆଜି ସକାଳର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି, ଯେଉଁଥିରେ ବାବୁସାନ, ତାଙ୍କ ପତ୍ନୀ ଓ ଅଭିନେତ୍ରୀଙ୍କୁ ଝଗଡ଼ା କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତିଙ୍କ ବାପାମାଆ । ଖାରବେଳନଗର ଥାନାରେ ପ୍ରକୃତିଙ୍କ ବାପାମାଆ ଅଭିଯୋଗ କରିଛନ୍ତି । ଝିଅର ମାନହାନୀ ହୋଇଥିବା ନେଇ ପ୍ରକୃତିଙ୍କ ବାପାମାଆ ଅଭିଯୋଗ କରିଥିବା ଜଣାପଡିଛି ।

ଅନ୍ୟପଟେ ଭାଇରାଲ ଭିଡିଓକୁ ଘଟଣାକୁ ନେଇ ସଫେଇ ଦେଇଛନ୍ତି ବାବୁସାନ୍ ମହାନ୍ତି । ସେ କହିଛନ୍ତି ଯେ, ‘ମୋ ଫିଲ୍ମର ପ୍ରମୋସନ ପାଇଁ ଆମେ ଆଜି ଚେନ୍ନାଇ ଆସୁଥିଲୁ । ପ୍ରକୃତିଙ୍କୁ ଏୟାରପୋର୍ଟ ଆଣିବାକୁ ମୁଁ ଯାଇଥିଲି । ରାସ୍ତାରେ ମୋ ପତ୍ନୀ ହଠାତ୍ ଆସିଲେ ଓ ଆଟାକ୍ କଲେ । ଶ୍ୱଶୁର ବି ଆମକୁ ହାରାସ୍ କଲେ, ଯାହାକି ଆଦୌ ଠିକ୍ କଥା ନୁହେଁ । ମୋ ପତ୍ନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ସମ୍ପୃକ୍ତ ନୁହଁନ୍ତି । ଆମ କାମ କ’ଣ, ଆମ କାମକୁ ସେ ଜାଣିପାରୁନାହାନ୍ତି । ପ୍ରକୃତି ମୋର ଭଲ ସାଙ୍ଗ, ତା ସହ କଥା ହେଲେ ଅସୁବିଧା କ’ଣ । ଇଣ୍ଡଷ୍ଟ୍ରୀରେ ବହୁତ ହିରୋଇନଙ୍କ ସହ କାମ କରିବାକୁ ପଡେ । ମୁଁ ବିଭିନ୍ନ ହିରୋଇନଙ୍କ ସହ କାମ କରେ, କାମ କରିବାକୁ ବାଧ୍ୟ । ସେ ବୁଝିବା ଦରକାର ମୁଁ କେଉଁ କାମ କରେ, ମୋ ପେସା କ’ଣ । ଲୋକ ତ ବହୁତ କଥା କହିବେ, ମୁଁ ଠିକ୍ ଅଛି ।’

ତେବେ ଆଜି ସକାଳଳେ ଭୁବନେଶ୍ୱର ସତ୍ୟନଗରରେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବା ବେଳେ ତାଙ୍କୁ ଧରିପକାଇଥିଲେ ଅଭିନେତାଙ୍କ ପତ୍ନୀ ତୃପ୍ତି ମହାନ୍ତି । ରାସ୍ତାରେ ଗାଡ଼ି ଅଟକାଇ ଝଗଡ଼ା କରିଥିଲେ ବାବୁସାନଙ୍କ ପତ୍ନୀ । ସାଙ୍ଗରେ ଥିବା ପ୍ରକୃତିଙ୍କୁ ମଧ୍ୟ ଟଣାଓଟରା କରିଥିଲେ । ଏହା ସହ ପ୍ରକୃତି ମିଶ୍ର ତାଙ୍କ ପରିବାରକୁ ଭାଙ୍ଗିଦେଇଛନ୍ତି ବୋଲି ବାବୁସାନଙ୍କ ପତ୍ନୀ କହିଛନ୍ତି ।

ସୂଚନା ଅନୁସାରେ, ବାବୁସାନ୍ ଓ ପ୍ରକୃତି ମିଶ୍ର ଫର୍ଚ୍ୟୁନ୍ ଗାଡ଼ିରେ ଯାଉଥିବା ବେଳେ ତୃପ୍ତି ମହାନ୍ତି ତାଙ୍କୁ ଅଟକାଇଥିଲେ । ରାସ୍ତାରେ ପ୍ରାୟ ୨ ଘଣ୍ଟା ଧରି ଷ୍ଟାର ଦମ୍ପତିଙ୍କ ମଧ୍ୟରେ କଳି ଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାବୁସାନ୍ ଅନେକ ସମୟରେ ଏହି ସ୍ଥାନକୁ ଆସନ୍ତି । ଏଠାରେ ଏକ ଗେଷ୍ଟ ହାଉସ୍ ରହିଛି, ଯାହାକୁ ୩ ଦିନ ପାଇଁ ପ୍ରକୃତି ମିଶ୍ର ବୁକ୍ କରିଥିଲେ । କିନ୍ତୁ ସେ କାହିଁକି ବୁକ୍ କରିଥିଲେ ଓ କାହା ସହ ଏଠାରେ ଆସି ରହୁଥିଲେ, ସେନେଇ କୌଣସି ସୂଚନା ମିଳିନାହିଁ ।

 

Get real time updates directly on you device, subscribe now.