fbpx
BSKY
BJD MC SKY
BJD YOUTH SKY

ମାଗଣାରେ ଦିଆଯିବ Spoken English କୋର୍ସ ପ୍ରଶିକ୍ଷଣ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଯୁବପିଢିଙ୍କ ପାଇଁ ବଡ ଘୋଷଣା କରିଛନ୍ତି। କେଜ୍ରିଓ୍ଵାଲ ସରକାର ଯୋଗାଯୋଗ ଦକ୍ଷତା ଅର୍ଥାତ କମ୍ୟୁନିକେସନ ସ୍କିଲରେ ଦୁର୍ବଳ ଯୁବକ-ଯୁବତୀଙ୍କ ପାଇଁ ସ୍ପିକିଂ କୋର୍ସ ବ୍ୟବସ୍ଥା କରିବେ। ଦିଲ୍ଲୀର ସ୍କିଲ୍ ଆଣ୍ଡ ଏଣ୍ଟରପ୍ରାଇଜେସ୍ ୟୁନିଭର୍ସିଟିରେ ଏହି ପାଠ୍ୟକ୍ରମ ବ୍ୟବସ୍ଥା କରାଯିବ।

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଛନ୍ତି, ଆମେ ଯୁବକଙ୍କ ପାଇଁ ସ୍ପୋକେନ୍ ଇଙ୍ଗିଲିସ୍ ପ୍ରୋଗ୍ରାମର ଘୋଷଣା କରୁଛୁ। ଯାହାଙ୍କ କମ୍ୟୁନିକେସନ ସ୍କିଲ ଦୁର୍ବଳ ରହିଛି, ସେମାନଙ୍କ ପାଇଁ ଦିଲ୍ଲୀର ସ୍କିଲ୍ ଆଣ୍ଡ ଏଣ୍ଟରପ୍ରାଇଜେସ୍ ୟୁନିଭର୍ସିଟିରେ ଏହି ପାଠ୍ୟକ୍ରମ ବ୍ୟବସ୍ଥା କରାଯିବ। ଏହା ଯୁବ ପିଢିଙ୍କ ବ୍ୟକ୍ତିତ୍ଵ ବିକାଶରେ ସାହାଯ୍ୟ କରିବ। ଏପରିକି ଏଥିରେ ଛାତ୍ର-ଛାତ୍ରୀଙ୍କୁ ଚାକିରି ସମ୍ଭାବନରେ ସହାୟକ ହେବ।

ମାଗଣାରେ ଦିଆଯିବ ଶିକ୍ଷା

କେଜ୍ରିଓ୍ଵାଲ କହିଛନ୍ତି, ପ୍ରଥମ ପର‌୍ୟ୍ୟାୟରେ ଆମେ ଦିଲ୍ଲୀର ୫୦ କେନ୍ଦ୍ରରେ ଗୋଟିଏ ବର୍ଷରେ ଏକ ଲକ୍ଷ ଛାତ୍ର-ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବୁ। ପୁଣି ଏହାର ବିସ୍ତାର କରାଯିବ। ତିନିରୁ ଚାରି ମାସର ଏହି କୋର୍ସ ପାଇଁ ୧୮ ରୁ ୩୫ ବର୍ଷ ବୟସର ଯୁବକ ନାମ ଲେଖାଇ ପାରିବେ। ପ୍ରଶିକ୍ଷଣ ସଂପୂର୍ଣ୍ଣ ମାଗଣା ଦିଆଯିବ। କିନ୍ତୁ ଏଥିପାଇଁ ୯୫୦ ଟଙ୍କାର ସିକ୍ୟୁରିଟି ଜମା କରିବାକୁ ପଡିବ। କୋର୍ସ ସମାପ୍ତ ପରେ ପିଲାଙ୍କୁ ଏହି ଫି ଫେରାଇ ଦିଆଯିବ।

Get real time updates directly on you device, subscribe now.