fbpx
BSKY
BJD MC SKY
BJD YOUTH SKY

ଟି-୨୦ ବିଶ୍ଵ କପ୍ ପୂର୍ବରୁ ନିଜ ଘରେ ଦ. ଆଫ୍ରିକା ଏବଂ ଅଷ୍ଟ୍ରେଲିଆର ମୁକାବିଲା କରିବ ଭାରତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଅକ୍ଟୋବର ଏବଂ ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍ ପୂର୍ବରୁ ନିଜ ଘରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସହ ଟି-୨୦ ସିରିଜ୍ ଖେଳିବ। ଭାରତୀୟ ଦଳ ବିଶ୍ଵ କପ୍ ପରି ବଡ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏହି ଦୁଇ ଶକ୍ତିଶାଳୀ ଦଳ ସହ ଟି-୨୦ ସିରିଜ୍ ଖେଳି ନିଜ ପ୍ରସ୍ତୁତି କରି ପାରିବ। ଏହି ଦୁଇ ସିରିଜର ଭାରତରେ ଆୟୋଜନ ନେଇ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

ଗାଙ୍ଗୁଲି ଗୁରୁବାର ଅନୁଷ୍ଠିତ ବିସିସିଆଇର ଉଚ୍ଚସ୍ତରୀୟ କମିଟିର ବୈଠକ ପରେ କହିଛନ୍ତି, ଟି-୨୦ ବିଶ୍ଵ କପ୍ ଖେଳିବା ପୂର୍ବରୁ ଭାରତରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ସହ ତିନି ତିନ ମ୍ୟାଚର ଟି-୨୦ ସିରିଜ୍ ଆୟୋଜନ କରାଯିବ। ହେଲେ ଏହି ଦୁଇ ସିରିଜ୍ ପାଇଁ ତାରିଖ ସ୍ଥିର ହୋଇ ନାହିଁ। ଦକ୍ଷିଣ ଆଫ୍ରିକା ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତ ସମାପ୍ତ ପରେ ଭାରତ ଆସିବ। ଭାରତର ଯେଉଁ ଷ୍ଟାଡିୟମ ମ୍ୟାଚ୍ ଆୟୋଜନ କରିବା ନେଇ ସୁଯୋଗ ପାଇ ନାହାନ୍ତି ସେମାନେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଆୟୋଜନ କରିବେ। ଏ୍‌ଥିରେ ରାଞ୍ଚି, ନାଗପୁର, ହାଇଦ୍ରାବାଦ, ଲକ୍ଷ୍ନୌ, ଇନ୍ଦୋର ଏବଂ ମୋହାଲି ସାମିଲ୍।

ଭାରତ ନିକଟରେ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିଥିଲା। ଆଉ ସିରିଜ୍ ୨-୨ରେ ଡ୍ର ରହିଥିଲା। ଅନ୍ୟପଟେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ଵ କପ୍ ପୂର୍ବରୁ ଭାରତ ଗସ୍ତରେ ଆସିବ। ୨୦୨୧ ପରଠୁ ଦୁଇ ଦେଶ ମଧ୍ୟରେ ପ୍ରଥମ ଦ୍ଵିପାକ୍ଷିକ ସିରିଜ୍ ଖେଳାଯିବ।

Get real time updates directly on you device, subscribe now.