fbpx

(Video) ୩ ଦିନ ପାଇଁ ଗେଷ୍ଟ ହାଉସ୍ ବୁକ୍ କରିଥିଲେ ପ୍ରକୃତି ମିଶ୍ର! ଅନେକ ସମୟରେ ସେଠାକୁ ଯାଆନ୍ତି ବାବୁସାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡର ଚର୍ଚ୍ଚିତ ଅଭିନେତା ବାବୁସାନ୍ ମହାନ୍ତିଙ୍କ ଘର କଳି ଏବେ ସର୍ବସମ୍ମୁଖକୁ ଆସିଛି । ଆଜି ସକାଳଳେଭୁବନେଶ୍ୱର ସତ୍ୟନଗରରେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବା ବେଳେ ତାଙ୍କୁ ଧରିପକାଇଥିଲେ ଅଭିନେତାଙ୍କ ପତ୍ନୀ ତୃପ୍ତି ମହାନ୍ତି । ରାସ୍ତାରେ ଗାଡ଼ି ଅଟକାଇ ଝଗଡ଼ା କରିଥିଲେ ବାବୁସାନଙ୍କ ପତ୍ନୀ । ସାଙ୍ଗରେ ଥିବା ପ୍ରକୃତିଙ୍କୁ ମଧ୍ୟ ଟଣାଓଟରା କରିଥିଲେ । ଏହା ସହ ପ୍ରକୃତି ମିଶ୍ର ତାଙ୍କ ପରିବାରକୁ ଭାଙ୍ଗିଦେଇଛନ୍ତି ବୋଲି ବାବୁସାନଙ୍କ ପତ୍ନୀ କହିଛନ୍ତି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର ।

ସୂଚନା ଅନୁସାରେ, ବାବୁସାନ୍ ଓ ପ୍ରକୃତି ମିଶ୍ର ଫର୍ଚ୍ୟୁନ୍ ଗାଡ଼ିରେ ଯାଉଥିବା ବେଳେ ତୃପ୍ତି ମହାନ୍ତି ତାଙ୍କୁ ଅଟକାଇଥିଲେ । ରାସ୍ତାରେ ପ୍ରାୟ ୨ ଘଣ୍ଟା ଧରି ଷ୍ଟାର ଦମ୍ପତିଙ୍କ ମଧ୍ୟରେ କଳି ଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବାବୁସାନ୍ ଅନେକ ସମୟରେ ଏହି ସ୍ଥାନକୁ ଆସନ୍ତି । ଏଠାରେ ଏକ ଗେଷ୍ଟ ହାଉସ୍ ରହିଛି, ଯାହାକୁ ୩ ଦିନ ପାଇଁ ପ୍ରକୃତି ମିଶ୍ର ବୁକ୍ କରିଥିଲେ । କିନ୍ତୁ ସେ କାହିଁକି ବୁକ୍ କରିଥିଲେ ଓ କାହା ସହ ଏଠାରେ ଆସି ରହୁଥିଲେ, ସେନେଇ କୌଣସି ସୂଚନା ମିଳିନାହିଁ ।

ଆଜି ଭୋର ସମୟରେ ଏହି ଘଟଣା ଘଟିଥିବା ବେଳେ ବାବୁସାନ୍ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ସ୍ୱାମୀ, ସ୍ତ୍ରୀ ଓ ସେ ଆଜି ଏପରି ଏକ ତ୍ରିକୋଣୀୟ କାହାଣୀ ରାଜରାସ୍ତାରେ ଦେଖିବାକୁ ମିଳିଥିଲା । ବାବୁସାନ୍ ପ୍ରକୃତିଙ୍କ ସହ ସେଠାକୁ ଯିବା ନେଇ ତାଙ୍କ ପତ୍ନୀଙ୍କ ପାଖରେ ପୂର୍ବରୁ ସୂଚନା ଥିଲା । ଫଳରେ ସେ ସମୟ ବିଳମ୍ବ ନକରି ସେଠାରେ ପହଞ୍ଚିଥିଲେ । ଅନ୍ୟପଟେ ବାବୁସାନଙ୍କ ଗାଡ଼ି ପ୍ରାୟତଃ ଏଠାରେ ପାର୍କ ହୁଏ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ତେବେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ତାଙ୍କ ପତ୍ନୀ ଏପରି କରିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ହୋଇନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.