fbpx
BSKY
BJD MC SKY
BJD YOUTH SKY

ବ୍ରିଟେନରେ ଇତିହାସ ରଚିଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ, ହେଲେ ଲଣ୍ଡନର ସର୍ବକନିଷ୍ଠ ବାଚସ୍ପତି

ନୂଆଦିଲ୍ଲୀ: ଗୋଟିଏ ପଟେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ନାମ ଲଗାତାର ଚର୍ଚ୍ଚାରେ ରହିଥିବା ବେଳେ ଅନ୍ୟପଟେ ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ଇଂରେଜ ଦେଶରେ ଇତିହାସ ରଚିଛନ୍ତି। ୨୫ ବର୍ଷୀୟ ହୁମୈରା ଗାରାସିଆ ଲଣ୍ଡନର ବରୋ ଅଫ ହ୍ୟାକନିର ସର୍ବକନିଷ୍ଠ ବାଚସ୍ପତି ହେବାର ଗୌରବ ହାସଲ କରିଛନ୍ତି।

ଗାରାସିଆଙ୍କ ପରିବାର ମୂଳତଃ ଗୁଜରାଟର ବଲସାଡାର ବାସିନ୍ଦା। ତାଙ୍କ ବାପା ଛୋଟ ବୟସରେ ହିଁ ବ୍ରିଟେନ ଚାଲି ଯାଇଥିଲେ। ମାତ୍ର ୧୫ ବର୍ଷ ବୟସରେ ଗାରାସିଆ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ। ସେ ନିଜକୁ ଭାରତୀୟ ବଂଶୋଦ୍ଭବ ଏବଂ ଗୁଜରାଟୀ ମାନିଥାନ୍ତି। ସେ ଲଣ୍ଡନ ବିଶ୍ଵ ବିଦ୍ୟାଳୟରୁ ରାଜନୀତିରେ ବିଏସ ପାସ୍ କରିଛନ୍ତି। ତାଙ୍କ ବାପା ରଫିକ ଅହମ୍ମଦ ବଲସାଡାର ନାନା ତେବାଦର ହୋଇଥିବା ବେଳେ ମାଆ ନଜମା ଭରୁଚର ବାସିନ୍ଦା। ଗାରାସିଆ କହିଛନ୍ତି, ମୁଁ ସମଗ୍ର ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ଭାବେ ସର୍ବକନିଷ୍ଠ ବାଚସ୍ପତି ହେବାର ରେକର୍ଡ କରିଛି। ଲଣ୍ଡନର ବରୋ ଅଫ ହ୍ୟାକନିରେ ସେ ହେଉଛନ୍ତି ସର୍ବକନିଷ୍ଠ ବାଚସ୍ପତି।

ଗାରାସିଆ କହିଛନ୍ତି, ୨୦୧୮ରେ ୨୧ ବର୍ଷ ବୟସରେ ସେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ ଏବଂ ଚାରି ବର୍ଷର କାର‌୍ୟ୍ୟକାଳ ପୂରା କରିଥିଲେ। ସେହି ସମୟରେ ମଧ୍ୟ ସେ କାଉନସିଲର ଭାବେ ନିର୍ବାଚିତ ହେବାରେ ଭାରତୀୟ ବଂଶୋଦ୍ଭବ ଭାବେ ସର୍ବକନିଷ୍ଠ ନେତା ଥିଲେ। ୨୦୨୨ରେ ସେ ପୁଣି ଥରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ ଏବଂ ଆଜି ଗୃହର ବାଚସ୍ପତି ହୋଇ ପାରିଛନ୍ତି। ବର୍ଣ୍ଣବୈଷମ ଏବଂ ଭେଦଭାବ ପରି ପ୍ରସଙ୍ଗ ଉପରେ ଗୁରୁତ୍ଵ ଦେବି ବୋଲି ଗାରାସିଆ କହିଛନ୍ତି। ଲଣ୍ଡନରେ ଜନ୍ମ ଏବଂ ସେଠାରେ ବଢିଥିବା ଗାରାସିଆଙ୍କ ପିତା-ମାତା ପ୍ରାୟ ୩୫ ବର୍ଷ ପୂର୍ବେ ଗୁଜରାଟରୁ ବ୍ରିଟେନ୍ ଚାଲି ଆସିଥିଲେ। ଗାରାସିଆ ପ୍ରତି ବର୍ଷ ନିଜ ପରିବାରଙ୍କ ସହିତ ବଲସାଡ ଆସିଥାନ୍ତି।

Get real time updates directly on you device, subscribe now.