fbpx

ଏହାକୁ କୁହନ୍ତି ଭାଗ୍ୟ: ଟ୍ରାଫିକ ଡ୍ୟୁଟି କରୁଥିବା ସମୟରେ କନେଷ୍ଟବଳ ପାଇଲେ ୪୫ ଲକ୍ଷ ନୋଟ୍ ଭର୍ତ୍ତି ବ୍ୟାଗ୍

ନୂଆଦିଲ୍ଲୀ: ଆଜିକାଲି ଟଙ୍କା ହିଁ ସବୁକିଛି । ଟଙ୍କା ପାଇଁ ଆଜି ମଣିଷ ଅନ୍ୟର ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ । ତେବେ ଏହି ଉକ୍ତିକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି ଜଣେ ସାଧାରଣ ପୋଲିସ କନଷ୍ଟେବଳ । ରାସ୍ତାରୁ ପାଇଥିବା ୪୫ ଲକ୍ଷ ଟଙ୍କାକୁ ଫେରାଇ ଉଦାହରଣ ସୃଷ୍ଟି କରିଛନ୍ତି ସେ । ୧ ଟଙ୍କା ପାଇଁ କିଏ ମର୍ଡର କରିଦେଉଥିବା ବେଳେ ଏହି ପୋଲିସ କନଷ୍ଟେବଳ ଏପରି ମହାନ୍ କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଛନ୍ତି ।

ଛତିଶଗଡ଼ ଟ୍ରାଫିକ ପୋଲିସର କନେଷ୍ଟବଳ ନିଲାମ୍ବର ସିହ୍ନା ଏପରି ମହାନ୍ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡ଼ିଆରେ ନିଲାମ୍ବରଙ୍କ ସଚ୍ଚୋଟପଣିଆକୁ ସାଲୁଟ୍ କରାଯାଉଛି । ତାଙ୍କର ଏହି କାର୍ଯ୍ୟକୁ ଅନେକ ଆଇଏଏସ, ଆଇପିଏସ ସାବାସି ଦେଉଛନ୍ତି ।

ରାୟପୁରରେ ଡ୍ୟୁଟି କରୁଥିବା ସମୟରେ ହଠାତ୍ ରାସ୍ତା ଉପରେ ଏକ ନୋଟ ଭର୍ତ୍ତି ବ୍ୟାଗ୍ ପଡ଼ିଥିବା ନେଇ ନିଲାମ୍ବରଙ୍କୁ ସୂଚନା ମିଳିଥିଲା । ଉକ୍ତ ବ୍ୟାଗ ମଧ୍ୟରେ ୪୫ ଲକ୍ଷ ଟଙ୍କା ରହିଥିଲା । ଏହାପରେ ଉକ୍ତ ଟଙ୍କାକୁ ତା’ର ଅସଲ ମାଲିକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସେ ସମସ୍ତ ଟଙ୍କାକୁ ନିଜ ବିଭାଗୀୟ ଅଧିକାରୀଙ୍କୁ ଦେଇଥିଲେ । ନିଲାମ୍ବରଙ୍କ ଏହି ସଚ୍ଚୋଟପଣିଆକୁ ଅନେକ ବଡ଼ ବଡ଼ ଅଧିକାରୀ ଟ୍ୱିଟ୍ କରି ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.