fbpx
BSKY
BJD MC SKY
BJD YOUTH SKY

Video: ବାବୁଶାନ୍‌-ତୃପ୍ତି ଓ ପ୍ରକୃତି କଳି; ବେକରେ ଶିକୁଳି ଦେଇ ସ୍ୱାମୀଙ୍କୁ ଘରେ ରଖିଦିଅ- ପ୍ରକୃତି

ଭୁବନେଶ୍ୱର: “ତୃପ୍ତିଙ୍କ ବାପା ମୋ ଶାର୍ଟକୁ ଭିଡିଛନ୍ତି। ମୋ ପ୍ରତି ହୋଇଥିବା ଗୁଣ୍ଡାଗର୍ଦ୍ଦିକୁ ମୁଁ ବିରୋଧ କରୁଛି। ମୋ ଉପରେ ଅତ୍ୟାଚାର ହେଉଥିଲା ଲୋକେ ଏହାର ମଜା ନେଉଥିଲେ। କେହି ମୋତେ ସାହାଯ୍ୟ କଲେନି। ବଭାଲି ସମୟରେ ଲୋକେ ମୋ ସହିତ ସେଲ୍ଫି ନେଲେ, ତାଙ୍କର ବ୍ୟବହାର ଦର୍ଶାଉଛି ସେ କେଉଁ ଘରୁ ଆସିଛନ୍ତି।” ଗତକାଲି ବାବୁସାନ୍ ଏବଂ ପ୍ରକୃତି ମିଶ୍ରଙ୍କୁ ରାସ୍ତା ମଝିରେ ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ମାଡ ମାରିବା ଏବଂ ତାପରେ ଘଟୁଥିବା ଘଟଣାବଳି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରକୃତି ଏକ ଭିଡିଓ ଜାରି କରି ନିଜର ପକ୍ଷ ରଖିଛନ୍ତି।

ପ୍ରକୃତି କହିଛନ୍ତି ଯେ, “ତୃପ୍ତି ତାଙ୍କ ବାପାଙ୍କ ସହିତ ପ୍ରାୟ ୮ ଜଣ ଗୁଣ୍ଡାକୁ ନେଇ ଆସିଥିଲେ। ଜଣେ ନାରୀ ଆଉ ଜଣେ ନାରୀକୁ ରାଜରାସ୍ତାରେ ନିର୍ଜାତନା ଦେଲେ ତାହା ସମସ୍ତେ ଦେଖିଛନ୍ତି। ସେମାନେ ତାଙ୍କ ପାରୁ ମୁତାବକ ମୋତେ ନିର୍ଜାତନା ଦେଇଛନ୍ତି। ମୋ ଉପରେ ଅତ୍ୟାଚାର ହେଉଥିଲା ଲୋକେ ଏହାର ମଜା ନେଉଥିଲେ। କେହି ମୋତେ ସାହାଯ୍ୟ କଲେନି। ତାଙ୍କର ବ୍ୟବହାର ଦର୍ଶାଉଛି ସେ କେଉଁ ଘରୁ ଆସିଛନ୍ତି। ଗତକାଲିଠାରୁ ମୋ ଉପରେ ଅନେକ ଅଭୀଯୋଗ ଲାଗିସାରିଲାଣି।

Get real time updates directly on you device, subscribe now.