fbpx

ସମୁଦ୍ରରୁ ମିଳିଲା ତିମି ମାଛର ବାନ୍ତି, ଦାମ୍ ହେଉଛି କୋଟି କୋଟି

ନୂଆଦିଲ୍ଲୀ: କେରଳର ବିଝିଙ୍ଗମରେ ମାଛଧରୁଥିବା କେଉଟଙ୍କ ଏକ ସମୂହଙ୍କୁ ସମୁଦ୍ରରେ ୨୮,୪୦୦ କିଲୋଗ୍ରାମ ଓଜନର ଏମ୍ବରଗ୍ରୀସ(ତିମି ମାଛର ବାନ୍ତି) ମିଳିଛି ଯାହାକୁ ସେମାନେ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଏମ୍ବରଗ୍ରୀସ ହ୍ୱେଲ ମାଛର ବାନ୍ତିକୁ କୁହାଯାଏ, ଅନ୍ତର୍ଜାତୀୟ ବଜାରରେ ବେଶ୍ ଚାହିଦା ମଧ୍ୟ ରହିଛି । ଏହି ବାନ୍ତି ସ୍ପର୍ମ ହ୍ୱେଲର, ଏହି ପ୍ରଜାତିର ହ୍ୱେଲ ଭାରତରେ ସଂରକ୍ଷିତ ପ୍ରଜାତି ମଧ୍ୟରେ ସାମିଲ ରହିଛି ଏଥିପାଇଁ ଏହାର କୌଣସି ଉତ୍ପାଦନ ଏବଂ ବିକ୍ରି ଉପରେ ରୋକ୍ ରହିଛି ।

କେଉଟମାନେ ଏହାକୁ ଶୁକ୍ରବାର ମାଛମାରିବା ସମୟରେ ପାଇଥିଲେ । ଯାହାପରେ ସେମାନେ ଏହାକୁ କୋଷ୍ଟାଲ ପୋଲିସକୁ ହସ୍ତାନ୍ତର କରିଥିଷଲ । ପୋଲିସ କହିଛି ଯେ ଏମ୍ବରଗ୍ରୀସ ବନ ବିଭାଗକୁ ଦିଅ।।ଯାଇଛି ଯାହାପରେ ସେ ଏହାକୁ ଯାଞ୍ଚ ପାଇଁ ଲାବ୍ କୁ ପଠାଇଛି । ହ୍ୱେଲ ବାନ୍ତିର ଦାମ୍ କିଲୋ ପ୍ରତି ୧ କୋଟି ରହିଛି । ତେଣୁ ଏହି ହିସାବରେ ମାଛଧରାଳୀମାନେ ଯେତିକି ଏମ୍ବରଗ୍ରୀସ ପାଇଥିଲେ ଏହାର ଦାମ୍ ପ୍ରାୟ ୨୮ କୋଟି ହେବାନେଇ ଅନୁମାନ କରାଯାଉଛି । ତେବେ ଲାବ୍ ରେ ଯାଞ୍ଚ ପରେ ଏହାର ପ୍ରକୃତ ମୂଲ୍ୟ ଜଣାପଡ଼ିବ ।

ଉଲ୍ଲେଖଯୋଗ୍ୟ, ଏମ୍ବରଗ୍ରୀସ ବା ହ୍ୱେଲ ମାଛର ବାନ୍ତିକୁ ପହଁରୁଥିବା ସୁନା ବୋଲି ମଧ୍ୟ କୁହାଯାଏ । ହ୍ୱେଲ ମାଛ ଯେତେବେଳେ ଶିକାରକୁ ଖାଇଥାଏ ସେତେବେଳେ ଅନେକ ଅପାଚନୀୟ ବସ୍ତୁ ହଜମ ହେବା ପୂର୍ବରୁ ହିଁ ବାହାରକୁ ବାହାରି ଯାଇଥାଏ । ପୂର୍ବ ଦେଶମାନଙ୍କରେ ଏହି ଏମ୍ବରଗ୍ରୀସର ବ୍ୟବହାର ଔଷଧ ତଥା ମସଲା ଭଳି ହୋଇଥାଏ, ଯେତେବେଳେକି  ପଶ୍ଚିମ ଦେଶମାନଙ୍କରେ ଏହାର ବ୍ୟବହାର ପରଫ୍ୟୁମର ସୁଗନ୍ଧକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିବା ପାଇଁ ବ୍ୟବହାର କରାଯାଏ ।

Get real time updates directly on you device, subscribe now.