fbpx

ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ: ଷ୍ଟେଥୋସ୍କୋପ ଉଠାଇଲେ ରାଜ୍ୟପାଳ, ଏପରି ରକ୍ଷା ପାଇଲା ଜୀବନ

ନୂଆଦିଲ୍ଲୀ: ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ, ଆଉ ଏହି ସମୟରେ ସମ୍ପୃକ୍ତ ଯାତ୍ରୀଙ୍କୁ ଚିକିତ୍ସା ଯୋଗାଇ ଦେବାକୁ ଆଗେଇ ଆସିଥିଲେ ରାଜ୍ୟପାଳ। ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ମିଳିବାରୁ ଅଳ୍ପକେ ଏକ ବଡ଼ ଅଘଟଣକୁ ଏଡାଇ ଦିଆଯାଇଥିଲା। ହାଇଦ୍ରାବାଦ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ମଝି ଆକାଶରେ ଜଣେ ଯାତ୍ରୀ ହଟାତ୍ ଅସୁସ୍ଥ ହୋଇପଡିଥିଲେ। ଏହି ସମୟରେ ବିମାନର ହୋଷ୍ଟେସ ମାନେ ଅନ୍ୟଯାତ୍ରୀମାନଙ୍କୁ ପଚାରିଥିଲେ ସେମାନଙ୍କ ମଧ୍ୟରେ କେହି ଡାକ୍ତର ଅଛନ୍ତି କି? ଏହି ଏହାପରେ ତେଲେଙ୍ଗାନା ରାଜ୍ୟପାଳ ଡ ତାମିଲିସାଇ ସୁନ୍ଦରରାଜ ଆଗେଇ ଆସି ଯାତ୍ରୀ ଜଣଙ୍କୁ ଚିକିତ୍ସା କରିଥିଲେ। ଯାତ୍ରୀଜଣଙ୍କୁ ବଦହଜମି ହୋଇଥିବା ଜଣାପଡିଛି। ଠିକ୍ ସମୟରେ ରାଜ୍ୟପାଳଙ୍କ ସେବା ପାଇଁ ଯାତ୍ରୀ ଜଣକ ଠିକ୍ ହୋଇଯାଇଥିଲେ।

ରାଜ୍ୟପାଳ ଡ ତାମିଲିସାଇ ସୁନ୍ଦରରାଜନ୍ ଇଣ୍ଡିଗୋ ଏୟାର ହୋଷ୍ଟେସ୍ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ଯାତ୍ରା ସମୟରେ ସତର୍କତା ଏବଂ ସୁବିଧା ପାଇଁ ପ୍ରଶଂସା କରିଥିଲେ। ଏହା ପରେ ସେ ବିମାନ ସେବା ପାଇଁ କିଛି ପରାମର୍ଶ ମଧ୍ୟ ଦେଇଥିଲେ। ରାଜ୍ୟପାଳ ଡ ତାମିଲିସାଇ ସୁନ୍ଦରରାଜନ୍ କହିଛନ୍ତି ଯେ ପ୍ରଥମ ସହାୟତା କିଟ୍ ପ୍ରସ୍ତୁତ ବ୍ୟବହାରରେ ରଖାଯିବା ଉଚିତ ଏବଂ ଏହାର ପ୍ରତିଦିନ ଯାଞ୍ଚ କରାଯିବା ଉଚିତ୍।

ସେ କହିଛନ୍ତି ଯେ ଯାତ୍ରା ସମୟରେ ଜଣେ ଯାତ୍ରୀ ଅଚେତ ହୋଇପାରେ। ବିମାନରେ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଏହାର କର୍ମଚାରୀମାନଙ୍କୁ କାର୍ଡିଓ ପୁଲମୋନାରୀ ରିସ୍ୟୁସିଟେସନ୍ (ସିପିଆର) କୌଶଳ ତାଲିମ ପ୍ରଦାନ କରିବାକୁ ସେ ବିମାନ ସେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟପାଳ ଡ ତାମିଲାଇସାଇ ସୁନ୍ଦରରାଜନ୍ କହିଛନ୍ତି ମୁଁ ଜରୁରୀକାଳୀନ ପରିସ୍ଥିତିରେ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ସାଧାରଣ ନାଗରିକଙ୍କୁ ସିପିଆର ତାଲିମ ନେବାକୁ ମଧ୍ୟ ପରାମର୍ଶ ଦେଉଛି।

ଉଲ୍ଲେଖଯୋଗ୍ୟ ଯେ ତାମିଲାଇସାଇ ସୁନ୍ଦରରାଜନ୍ ସ୍ତ୍ରୀ ଚିକିତ୍ସାରେ MBBS, PG ସମାପ୍ତ କରିବା ପରେ ଡାକ୍ତରୀ ଚିକିତ୍ସକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ରାଜନୀତିରେ ଯୋଗଦେବା ପୂର୍ବରୁ ସେ ଜଣେ ସାଧାରଣ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ।

 

Get real time updates directly on you device, subscribe now.