fbpx
BJD SKY
BJD SKY

ମୁଁ ଭାବୁଛି ରାଜନୀତି ଛାଡ଼ିଦେବି: ଗଡ଼କରୀ

BJD

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଅଧିକାଂଶ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହି ଥାଆନ୍ତି । ଯେ କୌଣସି ବିଷୟ ହେଉ, ଗଡ଼କରୀ ସର୍ବଦା ନିଜର ସ୍ୱାଧୀନ ଚିନ୍ତାଧାର ବ୍ୟକ୍ତ କରିବାକୁ କୁଣ୍ଠାବୋଧ କରିନଥାନ୍ତି । ନିକଟରେ ଗଡ଼କରୀ ଏକ କାର୍ଯ୍ୟକ୍ରମ ଅବସରରେ ଏକ ବୟାନ ଦେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଗଡ଼କରୀ ହଠାତ୍ କାହିଁକି ଏପରି କହିଲେ, ତାହା ପଛରେ କିଛି ରହସ୍ୟ ରହିଛି କି ଏନେଇ ରାଜନୈତିକ ମହଲରେ ଆଲୋଚନା ହେଉଥିବା ଜଣାପଡ଼ିଛି ।

ଗଡ଼କରୀ କହିଛନ୍ତି, ମୋତେ ଲାଗୁଛି ମୁଁ କେବେ ରାଜନୀତି ଛାଡ଼ିବି ଓ ଆଉ କେବେ ଛାଡ଼ିବି ନାହିଁ । କାରଣ ଜୀବନରେ ରାଜନୀତିକୁ ଛାଡ଼ିଦେଲେ ଆହୁରି ଅନେକ ଜିନିଷ ରହିଛି । ବାସ୍ତବରେ ରାଜନୀତି କ’ଣ, ତାହା ଆମକୁ ବୁଝିବା ଦରକାର । ଯଦି ଆମେ ଠିକ୍ ଭାବେ ସମୀକ୍ଷା କରିବା, ତେବେ ଜାଣିପାରିବା ରାଜନୀତି ସମାଜ ପାଇଁ ଉଦ୍ଦିଷ୍ଟ ।

ରାଜନୀତିର ମୂଳଲକ୍ଷ୍ୟ ସମାଜର ବିକାଶ ପାଇଁ ଧାର୍ଯ୍ୟ ହେବା ଦକରାର । ମାତ୍ର ବର୍ତ୍ତମାନ ସମୟରେ ରାଜନୀତି ଶତ ପ୍ରତିଶତ କ୍ଷମତା ଲୋଭ ନିଶାରେ ପରିଣତ ହୋଇଯାଇଛି । ଅଧିକାଂଶ ସମୟରେ ଗଡ଼କରୀ ନିଜର ସ୍ୱାଧୀନ ତଥା ଅନନ୍ୟ ବୟାନ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ମଧ୍ୟ ଗଡ଼କରୀ କହିଥିଲେ, ଯେଉଁମାନେ ମୁଖ୍ୟମନ୍ତ୍ରୀ ପଦରେ ବସୁଛନ୍ତି, ସେମାନେ ସର୍ବଦା ଚିନ୍ତିତ ରହିଥାନ୍ତି । କାରଣ କେତେବେଳେ ସେମାନଙ୍କର ଗାଦି ଚାଲିଯିବ, ତା’ର କୌଣସି ଭରସା ନଥାଏ । ବିଧାୟକମାନେ ମୁଖ୍ୟମନ୍ତ୍ରୀ ନ ହୋଇପାରିବାରୁ ଦୁଃଖୀ ରହିଥାନ୍ତି । ମନ୍ତ୍ରୀମାନେୀ ନିଜ ପସନ୍ଦର ବିଭାଗ ନ ପାଇଲେ ଦୁଃଖୀ ରହିଥାନ୍ତି ।

Get real time updates directly on you device, subscribe now.