fbpx

ରଣିବୀର ସିଂଙ୍କ ପରେ ବିଷ୍ଣୁ ବିଶାଲ ଉଠାଇଲେ ନ୍ୟୁଡ୍ ଫଟୋ: ପତ୍ନି ସାଜିଲେ ଫଟୋଗ୍ରାଫର

ମୁମ୍ବାଇ: ରଣିବାର ସିଂଙ୍କ ପରେ ବର୍ତ୍ତମାନ ବିଷ୍ଣୁ ବିଶାଲଙ୍କ ଫଟୋକୁ ନେଇ ଏବେ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ବିଷ୍ଣୁ ବିଶାଲ ରଣବୀର ସିଂଙ୍କ ଫଟୋସୁଟ୍ ଦେଖିବା ପରେ ନିଜକୁ ଅଟକାଇ ପାରିଲେ ନାହିଁ । ବିନା ପୋଷାକରେ ଫଟୋସୁଟ୍ କରି ସୋସିଆଲ ମିଡିଆରେ କରିଲେ ପୋଷ୍ଟ । ଯହାପରେ ସୋସିଆଲ ମିଡିଆରେ ଲାଗିଛି ନିଆଁ ।

ରଣବୀର ସିଂ ନିଜର ଫ୍ୟାସନ ଓ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଗତ କିଛି ଦିନ ହେବ ସେ ତାଙ୍କ ବୋଲ୍ଡ ଫଟୋସୁଟ୍ ପାଇଁ ସୋସିଆଲ ମିଡିଆର ହେଡ୍ଲାଇନ ପାଲଟିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ଏହାକୁ ନାପସନ୍ଦ କରିଛନ୍ତି । ଏହାରି ମଧ୍ୟରେ ତାମିଲ ଅଭିନେତା ବିଷ୍ଣୁ ବିଶାଲ ବଲିଉଡ ବାବା ରଣବୀର ସିଂଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ପରି ବୋଲ୍ଡ ଫଟୋସୁଟ କରି ସୋସିଆଲ ମିଡିଆର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯାହାକୁ ନେଇ ଏବେ ଗରମ ରହିଛି ସୋସିଆଲ ମିଡିଆ ।

ବିଷ୍ଣୁ ବିଶାଲ ସୋସିଆଲ ମିଡିଆରେ ରଣବୀର ସିଂଙ୍କ ‘ପେପର ମ୍ୟାଗେଜିନ’ର ବୋଲ୍ଡ ଫଟୋସୁଟ ଦେଖିବା ପରେ ନିଜକୁ ଅଟକାଇ ପାରିନଥିଲେ । ବିନା ପୋଷାକରେ ପଟୋସୁଟ୍ କରି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିଲେ । ତାମିଲ ଅଭିନେତା ତଥା ବ୍ୟାଡମିଣ୍ଟନ ଖେଳାଳି ଜୱାଲ ଗୁଟ୍ଟାଙ୍କ ସ୍ୱାମୀ ବିଷ୍ଣୁ ବିଶାଲ ତାଙ୍କର ଏହି ଅର୍ଦ୍ଧନଗ୍ନ ଫଟୋକୁ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିସହିତ ସେ ସବୁ ଫଟୋରେ କ୍ୟାପସନ ଦେଇ ତାଙ୍କର ଏହି ନ୍ୟୁଡ୍ ଫଟୋ କିଏ ଉଠାଇଛନ୍ତି ବୋଲି ସେ କହିଛନ୍ତି । ସେ ୪ଟି ଫଟୋ ସେୟାର କରି ଲେଖିଛନ୍ତି ଯେ ମୁଁ ମଧ୍ୟ ଏବେ ବହୁମାତ୍ରାରେ ଟ୍ରେଣ୍ଡରେ ଯୋଗଦେଲି ଏବଂ ଏହା ସେତେବେଳେ ସମ୍ଭବ ଯେତେବେଳେ ସ୍ତ୍ରୀ ଫଟୋଗ୍ରାଫର ହୋଇଯାଆନ୍ତି ।

ଏହା ସହିତ ସେ ତାଙ୍କ ପତ୍ନି ଜୱାଲ ଗୁଟ୍ଟାଙ୍କୁ ଟ୍ୟାଗ୍ କରିଛନ୍ତି । ବଷ୍ଣୁ ବିଶାଲ ତାଙ୍କର ଏହି ଫଟୋସୁଟ ଖଟ(ବେଡ୍ )ଉପରେ ଶୋଇ କରିଛନ୍ତି । ଏହି ଫଟୋସୁଟରେ ତାମିଲ ଅଭିନେତା ନିଜ ଶରୀରର ତଳ ଭାଗକୁ ତକିଆରେ ଲୁଚାଇଥିବା ଦେଖିବାକୁ ମିଳିଛି । ତେବେ ବିଷ୍ଣୁ ବିଶଲ ଜଣେ ଅଭିନେତା, ନିର୍ମାତା (ପ୍ରଡ୍ୟୁସର )ବ୍ୟତିତ ସେ ଜଣେ ଭଲ କ୍ରିକେଟର ମଧ୍ୟ । ସେ ତାମିଲନାଡୁ କ୍ରିକେଟ ଆସୋସିଏସନ୍ (TNCA) ରେ ଖୁବ୍ ସୁନ୍ଦର କ୍ରିକେଟ ଖେଳନ୍ତି । ୨୦୦୯ ମସିହାରେ ବିଷ୍ଣୁ ବିଶାଲ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.