fbpx
BSKY
BJD MC SKY
BJD MS SKY

ବହୁତ ଶସ୍ତା ହେଲା iPhone-12 :ଜାଣନ୍ତୁ ଏହାର ପୁରା ତଥ୍ୟ

ନୂଆଦିଲ୍ଲୀ: ଆପଣ ଯଦି ଆଇଫୋନ-୧୨(iPhone-12) କିଣିବାକୁ ଚାହୁଁଛନ୍ତି ତାହାଲେ ଏହାକୁ କିଣିବା ପାଇଁ ଆସିଛି ଭଲ ସୁଯୋଗ । ବର୍ତ୍ତମାନ ସସ୍ତା ହୋଇଛି ଆଇଫୋନ-୧୨ । ଏହି ଫୋନକୁ ନେଇ ଆମାଜନ ଓ ଫ୍ଲିପକାର୍ଡ ଆଣିଛନ୍ତି ଜବରଦସ୍ତ ଅଫର । ଯାହାକୁ ଜାଣିଲେ ଆପଣମାନେ ମଧ୍ୟ ଖୁସି ହୋଇଯିବେ ।

ଆମାଜନ୍ ପ୍ରାଇମ୍ ଡେ ସେଲରେ ଚାଲିଛି ମନଛୁଆଁ ଅଫର । ଯେଉଁଠାରେ ଆପଣ ଖୁବ୍ କମ ଟଙ୍କାରେ କିଣି ପାରିବେ ଆଇଫୋନ-୧୨ । ଏହି ଫୋନକୁ ଆପଣ ୫୦ ହଜାର ୩୯୧ ଟଙ୍କାରେ କିଣିପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଅଫର ଲାଗୁ କରିବାକୁ ପଡିବ । ଆମଜନରେ ବର୍ତ୍ତମାନ ଆଇଫୋନ-୧୨ର ୬୪ ଜିବି ଭାରିଆଣ୍ଟ ୫୪ହଜାର ୯୯୦ଟଙ୍କରେ ଉପଲବ୍ଧ ହେଉଥିବା ବେଳେ ଏହାର ୧୨୮ ଜିବି ଷ୍ଟୋରେଜ ଥିବା ଭାରିଆଣ୍ଟ ୫୯ ହଜାର ୯୯୯ ଟଙ୍କାରେ ଉପଲବ୍ଧ ହେଉଛି ।

ତେବେ ଆଇଫୋନ-୧୨କୁ ଯେତିକି ଟଙ୍କାରେ ଲିଷ୍ଟ କରାଯାଇଛି ତାହାଠାରୁ କମ୍ ଟଙ୍କାରେ ଆପଣ ଏହାକୁ କିଣି ପାରିବେ । ଏପରିକି ଏହାର ମୂଲ୍ୟକୁ ଆପଣ ୧୦ ପ୍ରତିଶତ ପ୍ରର୍ଯ୍ୟନ୍ତ କମ୍ କରି ପାରିବେ । ଆପଣ ଏହା ଉପରେ ୫ ପ୍ରତିଶତ ଆମାଜନ ଡିସ୍କାଉଣ୍ଟ ବ୍ୟତୀତ ଆମାଜନ ପେ ଆଇସିଆଇସିଆଇ କାର୍ଡ ମାଧ୍ୟମରେ ଆଉ ୫ ପ୍ରତିଶତ ଅଧିକ ରିହାତି ବା (ଡିସ୍କାଉଣ୍ଟ)ନେଇପାରିବେ । ଏହାର ଅର୍ଥ ହେଉଛି ଆପଣ ଲିଷ୍ଟ ପ୍ରାଇସରୁ ମୋଟ ୧୦ ପ୍ରତିଶତ ରିହାତି ନେଇପାରିବେ । ଏହି ଡିଲ୍ କୁ ପ୍ରୟୋଗ କରିବା ପରେ ଆପଣ ଏହି ଆଇଫୋନ-୧୨ କୁ ୫୦,୩୯୧ ଟଙ୍କାରେ କିଣି ପାରିବେ ।

ଆପଣଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ଏହି ଅଫର ଆମାଜନ ବ୍ୟତୀତ ଫ୍ଲିପକାର୍ଡରେ ମଧ୍ୟ ଉପଲବ୍ଧ ଅଛି । ୧୨୮ ଜିବି ଷ୍ଟୋରେଜ ବିଶିଷ୍ଟ ଆଇଫୋନ-୧୨ ଫ୍ଲିପ୍କାର୍ଡରେ ୫୬,୯୯୯ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ୬୪ ଜିବି ବିଶିଷ୍ଟ ଭାରିଆଣ୍ଟ ଆଇଫୋନ-୧୨ ୫୧,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ତେବେ ଆକ୍ସିସ୍ ବ୍ୟାଙ୍କ କାର୍ଡରେ ଏହା ଉପରେ ଅଫର ଦିଆଯାଇଛି ।

Get real time updates directly on you device, subscribe now.