fbpx

Video: ‘ଆଇନ୍ ହାତକୁ ନେବା କେଉଁ ଆଇନ୍‌ରେ ଲେଖା ଅଛି?’ ମୋତେ ରାସ୍ତାରେ ଅପଦସ୍ତ କରାଯାଇଛି-ପ୍ରକୃତି

ଭୁବନେଶ୍ୱର: ‘କେହି କାହା ଘର ଭାଙ୍ଗି ପାରିବେ ନାହିଁ। ବାବୁସାନ୍‌ଙ୍କ ଘର ପୁର୍ବରୁ ଭାଙ୍ଗି ସାରିଥିଲା। ପାରୁଛ ଯଦି ସ୍ୱାମୀଙ୍କ ବେକରେ ଶିକୁଳି ଦେଇ ଘରେ ରଖିଦିଅ।” ବାବୁସାନ୍ ଏବଂ ପ୍ରକୃତିଙ୍କୁ ନେଇ ନାନା ପ୍ରକାର ଅଭିଯୋଗ କରିବା ସହିତ ରାଜରାସ୍ତାରେ ପ୍ରକୃତିଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି। ଗତକାଲିର ଏହି ଘଟଣା ପରେ ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତ ମହାନ୍ତି ଏବଂ ମା’ ଅପରାଜିତା ମହାନ୍ତି ଗଣମାଧ୍ୟମକୁ ଅନେକ ପ୍ରକାର ସୂଚନା ଦେଇ ସାରିଛନ୍ତି।

ଏହି ଘଟଣା ବିଷୟରେ ଆଜି ପ୍ରକୃତି ମିଶ୍ର ଇନଷ୍ଟାଗ୍ରାମରେ ଏକ ଭିଡିଓ ରିଲିଜ କରି ନିଜର ପକ୍ଷ ରଖିଛନ୍ତି। ପ୍ରକୃତି କହିଛନ୍ତି ଯେ, ‘ତୃପ୍ତିଙ୍କ ବାପା ମୋ ସହିତ ଖରାପ ବ୍ୟବହାର କରିଛନ୍ତି। ସେ ମୋର ଶାର୍ଟକୁ ଭିଡିଛନ୍ତି। ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବାବୁସାନ୍ ଏବଂ ମୋତେ ଚେନ୍ନାଇ ଯିବାର ଥିଲା। ବର୍ଷା ହେଉଥିବାରୁ ବାବୁ ମୋତେ ସାଙ୍ଗରେ ନେଇ ଯିବା ସମୟରେ ତାଙ୍କ ସ୍ତ୍ରୀ ସେଠାକୁ ଆସି ତାଙ୍କ ସହିତ ବହୁତ୍ ଖରାପ୍ ବ୍ୟବହାର କରିଥିଲେ। ଏହା ପରେ ମୋତେ ବହୁତ୍ ନିର୍ଜାତନା ଦେଇଥିଲେ। ତେବେ ପ୍ରକୃତି କହିଛନ୍ତି ଯେ, ଯଦି ସେ ତାଙ୍କର ସ୍ୱାମୀଙ୍କୁ ସମ୍ଭାଳି ରଖିପାରୁ ନାହାନ୍ତି ତେବେ ତାଙ୍କୁ ଏକ ଶିକୁଳିରେ ବାନ୍ଧି ରଖନ୍ତୁ।’

ତେବେ ଗତକାଲିର ଘଟଣା ବିଷୟରେ ପ୍ରକୃତି ଏହା ମଧ୍ୟ କହିଛନ୍ତି ଯେ, ‘ରାସ୍ତା ମଝିରେ ଜଣେ ଝିଅ ସହିତ ଏପରି ବ୍ୟବହାର କରି ସେମାନେ ତାଙ୍କ ଘରେ ମିଳିଥିବା ସଂସ୍କାରକୁ ଦେଖାଇଛନ୍ତି। ସେମାନେ ତାଙ୍କ ଘରେ ଯାହା ଶିଖିଛନ୍ତି ତାହାକୁ ଦର୍ଶାଇଛନ୍ତି। ରାସ୍ତା ମଝିରେ ଲଙ୍ଗଳା ହେବା କିଛି ଆବଶ୍ୟକ ନଥିଲା। ତେବେ ଯାହା ହେବାର କଥା ହେଇଗଲା, ଏବେ ଏହି ଶୋ’ ବନ୍ଦ ହେବା ଦରକାର ଏବଂ ଏବେ ଯାହା କରିବ ଆଇନ୍ କରିବ ।”

Get real time updates directly on you device, subscribe now.