fbpx

ବାହାରିଲା CISCE ଦ୍ୱାଦଶ ଫଳାଫଳ, ରାଙ୍କ ୧ ରେ ୧୮ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ISC ଦ୍ୱାଦଶ ବୋର୍ଡ ରେଜଲ୍ଟ ୨୦୨୨ ଫଳାଫଳ ପ୍ରକାଶିତ ହୋଇଛି । କାଉନସିଲ ଫର୍ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗ୍ଜାମ (CISCE) ରବିବାର ସନ୍ଧ୍ୟା ୫ ଟାରେ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ(ISC) ୨୦୨୨ ର ଫଳାଫଳ ଘୋଷଣା କରିଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଅଫିସିଆଲ ୱେବସାଇଟ cisce.org କୁ ଯାଇ ନିଜର ରେଜଲ୍ଟ ଚେକ୍ ଏବଂ ଡାଉନଲୋଡ୍ କରିପାରିବେ ।

ଚଳିତ ବର୍ଷ ସିଆଇଏସସିଇ ଦ୍ୱାରା ଜାରି ଆଇଏସସି ପରୀକ୍ଷାର ୨୦୨୨ରେ ୯୯.୩୮ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ଝିଅଙ୍କ ପାସ୍ ହାର ପୁଅଙ୍କ ପାସ୍ ହାର ଠାରୁ ଅଧିକ ରହିଛି । ଝିଅଙ୍କ ପାସ୍ ହାର ୯୯.୫୨ ଥିବାବେଳେ ପୁଅଙ୍କ ପାସ୍ ହାର ୯୯.୨୬ % ପ୍ରତିଶତ ରହିଛି । ରାଙ୍କ ୧ ରେ ରହିଛନ୍ତି ୧୮ ଛାତ୍ରଛାତ୍ରୀ ।

ସେହିପରି ଯେଉଁ ଛାତ୍ର ରେଜଲ୍ଟରେ ଅସନ୍ତୁଷ୍ଟ ଥିବେ ସେମାନେ ୨୪ ଜୁଲାଇ ସନ୍ଧ୍ୟା ୫ଟାରୁ ୩୦ ଜୁଲାଇ ମଧ୍ୟରେ ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ । ରିଚେକିଂ ପାଇଁ ପ୍ରତି ବିଷୟ ପିଛା ୧୦୦୦ ଟଙ୍କା ଫିସ୍ ଦେବାକୁ ହେବ । ତେବେ ରିଚେକିଂ କେବଳ ୨ୟ ସେମିଷ୍ଟାର ପାଇଁ ରହିଛି ।

ସୂଚନାଯୋଗ୍ୟ, ସିଆଇଏସସି ଜୁଲାଇ ୧୭ ତାରିଖରେ ଆଇସିଏସଇ ୧୦ମ ଫଳାଫଳ ଜାରି କରିଥିଲା । ଯେଉଁଥିରେ ପାସ୍ ହାର ୯୯.୯୭ ପ୍ରତିଶତ ରହିଛି । ଯେଉଁଥିରେ ଝିଅଙ୍କ ପାସ୍ ହାର ୯୯.୯୮% ଥିବାବେଳେ ପୁଅଙ୍କ ପାସ୍ ହାର ୯୯.୯୭% ରହିଥିଲା ।

ଏମିତି କରନ୍ତୁ ରେଜଲ୍ଟ ଚେକ୍:

–              ପ୍ରଥମେ ବୋର୍ଡର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

–              ହୋମ ପେଜରେ ‘ଆଇଏସସି ରେଜଲ୍ଟ ୨୦୨୨’ ଉପରେ କ୍ଲିକ୍ କରନ୍ତୁ ।

–              ଏବେ ଲଗ ଇନ୍ ପାଇଁ ଇଣ୍ଡେକ୍ସ ନମ୍ବର, ୟୁଆଇଡି ଏବଂ କ୍ୟାପ୍ଚା କୋଡ୍ ଏଣ୍ଟ୍ରି କରନ୍ତୁ ।

–              ଏହାପରେ ଆପଣଙ୍କ ‘ଆଇଏସସି ଦ୍ୱାଦଶ ରେଜଲ୍ଟ’ ସ୍କ୍ରିନରେ ଆସିଯିବ ।

–              ଏହାକୁ ଚେକ୍ କରନ୍ତୁ ଏବଂ ଡାଉନଲୋଡ୍ କରିନିଅନ୍ତୁ ।

 

Get real time updates directly on you device, subscribe now.