ନୂଆଦିଲ୍ଲୀ: ଫାଇଭ୍-ଜି ସ୍ପେକ୍ଟ୍ରମର ଆଜି ନିଲାମ ହେବ । ଟିଆରଏଆଇ ପକ୍ଷରୁ ପ୍ରୋଜେକ୍ଟର ଟେଷ୍ଟିଂ ଶେଷ ହୋଇଛି । ରେସରେ ଜିଓ, ଏୟାରଟେଲ୍, ଭୋଡାଫୋନ୍-ଆଇଡିଆ, ବିଏସଏନଏଲ ଅଛନ୍ତି । ସେପ୍ଟେମ୍ବର ସୁଦ୍ଧା ଭାରତୀୟ ଉପଭୋକ୍ତା ସେବା ପାଇବାର ଲକ୍ଷ୍ୟ ରହିଛି । ତେବେ ନିଲାମ ବହୁତ ଆକର୍ଷଣୀୟ ହେବାକୁ ଯାଉଛି । ଚାରୋଟି କମ୍ପାନୀ 5G ସ୍ପେକ୍ଟ୍ରମର ନିଲାମରେ ଭାଗ ନେବାକୁ ଯାଉଛନ୍ତି । ରିଲାଏନ୍ସ ଜିଓ ,ଇନଫୋକମ୍, ଭାରତ ଏୟାରଟେଲ୍ ଓ ଦୁର୍ବଳ ଆର୍ଥିକ ସ୍ଥିତି ରେ ମଧ୍ୟ ଭୋଡାଫୋନ୍ ଆଇଡିଆ 5G ସ୍ପେକ୍ଟ୍ରମ ପାଇଁ ନିଲାମି ରେ ଅଂଶଗ୍ରହଣ କରିବ ।
ଟେଲିକମ୍ ବିଭାଗ ଦ୍ୱାରା ପ୍ରକାଶିତ ଯୋଗ୍ୟତା ପ୍ରାପ୍ତ ତାଲିକା ଅନୁଯାୟୀ ରିଲାଏନ୍ସ ଜିଓ ଟେଲିକମ୍ ବିଭାଗରେ ୧୪୦୦୦ କୋଟି ଟଙ୍କା ଜମା ଟଙ୍କା ଜମା କରିଛି । ଭାରତ ଏୟାରଟେଲ ୫୫୦୦ କୋଟି ଟଙ୍କା ଜମା କରିଛି । ଭୋଡାଫୋନ୍ ଆଇଡିଆ ୨୨୦୦ କୋଟି ଟଙ୍କା ଜମା କରିଛି । ଆଦାନୀ ଡାଟା ନେଟୱାର୍କ କେବଳ ୧୦୦ କୋଟି ଟଙ୍କା ଜମା କରିଛି । ନିଲାମ ଦୌଡ଼ରେ ଆଗରେ ଅଛି ରିଲାଏନ୍ସ ଜିଓ ।
ଯେଉଁ କମ୍ପାନୀ ନିଲାମରେ 5G ସ୍ପେକ୍ଟ୍ରମ୍ ପାଇବ, ସେମାନଙ୍କୁ ୨୦ ବର୍ଷ ପାଇଁ ୫ଏ ସ୍ପେକ୍ଟ୍ରମ୍ ଦିଆଯିବ । ୩.୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ୭୨,୦୯୭ ଗିଗାହର୍ଜ ସ୍ପେକ୍ଟ୍ରମ ନିଲାମ ହେବ । ଟ୍ରାଏ ଦ୍ୱାରା 5G ସ୍ପେକ୍ଟ୍ରମ୍ ମୂଲ୍ୟର ସୁପାରିଶକୁ ବିଚାର କରି କ୍ୟାବିନେଟରେ ନିଲାମକୁ ଅନୁମତି ପ୍ରଦାନ କରା ଯାଇଥିଲା । 5G ସ୍ପେକ୍ଟ୍ରମରେ ନିଲାମ ରେ ଅଂଶଗ୍ରହଣ କରୁଥିବା କମ୍ପାନୀଗୁଡିକୁ ଅନେକ ପ୍ରକାରର ସୁବିଧା ପ୍ରଦାନ କରାଯାଇଛି । ନିଲାମରେ ସ୍ପେକ୍ଟ୍ରମ ପାଇଁ କୌଣସି ଆଗୁଆ ପଇସା ଦେବାକୁ ପଡ଼ିବ ନାହିଁ । ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭରେ ୨୦ ଟା କିସ୍ତିରେ ଦେବାକୁ ପଡ଼ିବ । ୨ ମାସ ତଳେ ଭାରତରେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ସରିଛି । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ କଲ୍ କରି ଏହାର ଟ୍ରାଏଲ କରିଛନ୍ତି ।