ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ BSNLକୁ ପ୍ରବଳ କ୍ଷତିରୁ ବାହାର କରିବା ପାଇଁ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । କମ୍ପାନୀ ପାଇଁ ୧.୬୪ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଜାରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ଲାଗିଛି । ଏଥିପାଇଁ ୨ଟି ନିଷ୍ପତ୍ତି ନିଆଯାଇଛି ।
ବିଏସଏନଏଲକୁ ପୁଣିଥରେ ସ୍ଥିତି ସୁଧାରିବା ପାଇଁ ପ୍ୟାକେଜ ଜାରି କରାଯିବ । ଏହାବ୍ୟତୀତ ଏବେ ପର୍ଯ୍ୟନ୍ତ ଏହି ସୁବିଧା ପାଇବାରୁ ବଞ୍ଚିତ ରହିଥିବା ୨୫ ହଜାର ଗ୍ରାମରେ ମୋବାଇଲ କନେକ୍ଟଭିଟି ପାଇଁ କାର୍ଯ୍ୟ କରାଯିବ । ଏଥିପାଇଁ ମୋଟ ୨୬.୩୧୬ କୋଟି ଟଙ୍କାର ସାଚୁରେସନ ପ୍ୟାକେଜ ମଧ୍ୟ ଘୋଷଣା କରାଯାଇଛି । ତେବେ ଗତବର୍ଷ ସ୍ୱତନ୍ତ୍ରତା ଦିବସରେ ଏ ନେଇ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଜ୍ଞା କରିଥିଲେ ।
ଏବେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ବିଏସଏନଏଲ ସମେତ ବିବିଏନଏଲର ମିଶ୍ରଣକୁ ମଧ୍ୟ ଅନୁମତି ଦେଇଛଇ କ୍ୟାବିନେଟ ବୈଠକ । ଏହାଦ୍ୱାରା ଉଭୟ କମ୍ପାନୀର ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।