fbpx
BSKY SKY
BSKY SKY

ଘର ନିର୍ମାଣ ସାମଗ୍ରୀ ଷ୍ଟକ୍ କରି ରଖନ୍ତୁ: ୩୦ ହଜାର ଟଙ୍କା ଶସ୍ତା ହେଲା ଲୁହାଛଡ଼ ଦାମ୍, ଜାଣନ୍ତୁ ବିଭିନ୍ନ ସହରର ରେଟ୍ ଚାର୍ଟ

BSKY

ନୂଆଦିଲ୍ଲୀ: ଏବେ ବର୍ଷା ସିଜିନ ଚାଲିଥିବା ବେଳେ ଘର ତିଆରି କାମ ପ୍ରାୟତଃ ବନ୍ଦ ରହିଛି । ତେବେ ଏଭଳି ସ୍ଥିତିରେ କିଛି ଘର ନିର୍ମାଣ ସାମଗ୍ରୀର ଦାମ ବହୁତ କମିଯାଇଛି । ଆପଣମାନେ ଚାହିଁଲେ ଶସ୍ତାରେ ଏହି ସାମଗ୍ରୀକୁ କିଣି ଷ୍ଟକ୍ କରି ରଖିପାରିବେ । ପୂର୍ବରୁ ଟନକୁ ୮୦ରୁ ୮୫ ହଜାର ଟଙ୍କାରେ ବିକ୍ରି ହେଉଥିବା ଲୁହା ଛଡ଼ର ଦାମ୍ ଏବେ ଅଧାକୁ ଖସି ଆସିଛି । ତେଣୁ ଆପଣ ଏହି ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତୁ ।

ତେବେ ନିକଟରେ ସିମେଣ୍ଟରେ ଦାମରେ ବୃଦ୍ଧି ଘଟିଥିବାରୁ ଘରର ମୂଲ୍ୟ ମଧ୍ୟ ୩୦ ପ୍ରତିଶତ ବଢ଼ିଯାଇଛି । କିଛି ଲୋକ ଘର ତିଆରି ପାଇଁ ନିର୍ମାଣ ସାମଗ୍ରୀର ଦର ହ୍ରାସକୁ ଅପେକ୍ଷା କରି ରହିଛନ୍ତି । ତେବେ ଗତ ଦୁଇ ସପ୍ତାହ ମଧ୍ୟରେ ଦେଶର ବିଭିନ୍ନ ସହରରେ ଲୁହା ଛଡ଼ର ଦାମ୍ ଟନ୍ ପିଛା ୪୫୦୦ ଟଙ୍କା ହ୍ରାସ ଘଟିଛି । ମାର୍ଚ୍ଚ-ଏପ୍ରିଲରେ ଛଡ଼-ସିମେଣ୍ଟର ଦର ରେକର୍ଡ ସ୍ତରରେ ଥିଲା । ମାତ୍ର ତା’ପରେ ଦରରେ ହ୍ରାସ ଘଟିଥିଲା ।

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଲହାଛଡ଼ା ଟନ ପିଛା ୪୭,୩୦୦ ଟଙ୍କା ରହିଛି । ସେହିପରି କୋଲକତାରେ ୪୭,୮୦୦, ଛତିଶଗଡ଼ର ରାୟଗଡ଼ରେ ୫୦,୭୦୦, ଓଡ଼ିଶାର ରାଉରକେଲାରେ ୫୧,୭୦୦, ମହାରାଷ୍ଟ୍ରର ନାଗପୁରରେ ୫୨,୩୦୦, ରାଜସ୍ଥାନର ଜୟପୁରରେ ୫୫,୦୦୦, ଉତ୍ତରପ୍ରଦେଶର ମୁଜାଫର ନଗରରେ ୫୪,୦୦୦, ଗାଜିଆବାଦରେ ୫୫,୬୦୦, ଦିଲ୍ଲୀରେ ୫୫,୫୦୦, ମହାରାଷ୍ଟ୍ରର ମୁମ୍ବାଇରେ ୫୨,୬୦୦, ଉତ୍ତରପ୍ରଦେଶର କାନପୁରରେ ୫୮,୦୦୦ ଟଙ୍କା ରହିଛି ।

Get real time updates directly on you device, subscribe now.