fbpx

OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ରାଜ୍ୟର ୩୫ ଜଣ BDOଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଜୁଜୁମରା ବିଡିଓ ସରୋଜ କୁମାର ବିଶ୍ୱାଳଙ୍କୁ ବିଜେପୁର ବିଡିଓ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ବାଲିଗୁଡ଼ା ତହସିଲଦାର ଶଶାଙ୍କ କୁମାର ପାତ୍ରଙ୍କୁ ବାଲିଗୁଡ଼ା ବିଡିଓ, ବାଲିଗୁଡ଼ା ଓ କେ.ନୂଆଗାଁ ବିଡିଓ ଶରତ କୁମାର ପାତ୍ରଙ୍କୁ ରାଇକିଆ ବିଡିଓ, ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ନିଶ୍ଚିନ୍ତକୋଇଲି ବିଡିଓ, ପରଜଙ୍ଗ ବିଡିଓ ବିନୋଦ ବିହାରୀ ବେହେରାଙ୍କୁ କିଶୋର ନଗର ବିଡିଓ, ସହରପଡ଼ା ବିଡିଓ ଲମ୍ବୋଦର ଖୁଣ୍ଟିଆଙ୍କୁ ରଘୁନାଥପୁର ବିଡିଓ, ତିରଙ୍ଗ ବିଡିଓ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ବାଲିଶଙ୍କରା ବିଡିଓ ଭାବେ ଦାୟିତ୍ୱ ଦିଆଯାଇଛି ।

ବାଲିଶଙ୍କରା ବିଡିଓ ବାସନ୍ତୀ ଲାକ୍ରାଙ୍କୁ ତିରଙ୍ଗ ବିଡିଓ, ବିଜେପୁର ବିଡିଓ ତୃପ୍ତି ବରାଇଙ୍କୁ କୁଅାଁରମୁଣ୍ଡା ବିଡିଓ, କୁଅାଁରମୁଣ୍ଡା ବିଡିଓ ବିକାଶ ଚନ୍ଦ୍ର ସାହୁଙ୍କୁ ଜୁଜୁମରା ବିଡିଓ, ବିଜେପୁର ବିଡିଓ ଦେବଜାନୀ ଭୂଅାଁଙ୍କୁ ଉଦଳା ବିଡିଓ, ଝାରସୁଗୁଡ଼ା ବିଡିଓ ପ୍ରସନ୍ନ କୁମାର ପଣ୍ଡାଙ୍କୁ ଢେଙ୍କାନାଳ ସଦର ବିଡିଓ, ବରପାଲି ବିଡିଓ ସଂଗ୍ରାମ କେଶରୀ ପରିଡ଼ାଙ୍କୁ ବେତନଟୀ ବିଡିଓ, କୋଲାବିରା ବିଡିଓ ବିଜୟ କୁମାର ସୋୟଙ୍କୁ ବରପାଲି ବିଡିଓ ଭାବେ ଦାୟିତ୍ୱ ମିଳିଛି ।

ଗାଇସିଲେଟ ତହସିଲଦାର ମନୋଜ କୁମାର ଦେବତାଙ୍କୁ ଗାଇସିଲେଟ ବିଡିଓ, ଗାଇସିଲେଟ ବିଡିଓ ପ୍ରବୀଣ କୁମାର ବଣୁଆଙ୍କୁ ପରଜଙ୍ଗ ବିଡିଓ, ରେଙ୍ଗାଲି ବିଡିଓ ବିନୟ କୁମାର ପଟେଲଙ୍କୁ ତରଭା ବିଡିଓ, ତରଭା ବିଡିଓ ବିଡିଓ ଶଙ୍କର ପ୍ରସାଦ ସାହୁଙ୍କୁ କଙ୍କଡ଼ାହାଡ଼ ବିଡିଓ, ଲଖନପୁର ବିଡିଓ ସଞ୍ଜୀବ କୁମାର ପଟେଲଙ୍କୁ ଧାନକଉଡ଼ା ବିଡିଓ, ତିଳେଇବଣି ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ରେଙ୍ଗାଲି ବିଡିଓ, ବ୍ରହ୍ମଗିରି ବିଡିଓ ଜ୍ୟୋତି ପ୍ରକାଶ ସେଠୀଙ୍କୁ ରଣପୁର ବିଡିଓ ଭାବେ ଦାୟିତ୍ୱ ମିଳିଛି ।

ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କୁ ବାଲିକୁଡ଼ା ବିଡିଓ, ବୋଡେନ ବିଡିଓ ପୂର୍ଣ୍ଣ ଚନ୍ଦ୍ର ଭୋଇଙ୍କୁ ଝାରସୁଗୁଡ଼ା ବିଡିଓ, ଦଶପଲ୍ଲା ତହସିଲଦାର ଅର୍ଜୁନ ପ୍ରଧାନଙ୍କୁ କୋଟଗଡ଼ ବିଡିଓ, ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମଦରଙ୍କୁ ଆର.ଉଦୟଗିରି ବିଡିଓ, ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ାଙ୍କୁ ଝୁମ୍ପୁରା ବିଡିଓ, ଝୁମ୍ପୁରା ବିଡିଓ ବିଜୟ କୁମାର ନାୟକଙ୍କୁ ତେଲକୋଇ ବିଡିଓ, ବୌଦ୍ଧ ଡେପୁଟି କଲେକ୍ଟର ଅବନିକାନ୍ତ ସାହୁଙ୍କୁ ରସୁଲପୁର ବିଡିଓ ଭାବେ ଦାୟିତ୍ୱ ଦିଆଯାଇଛି ।

ଟିକାବାଲି ବିଡିଓ ଫକିର ଚରଣ ପରିଡ଼ାଙ୍କୁ ଆସ୍କା ବିଡିଓ, ଡେରାବିସ ତହସିଲଦାର ନମିତା ବାରିକଙ୍କୁ ଡେରାବିସ ବିଡିଓ, ମାନେଶ୍ୱର ବିଡିଓ ନୀଳାମ୍ବର ମହାନନ୍ଦଙ୍କୁ ତିଳେଇବଣି ବିଡିଓ, ରାଇକିଆ ବିଡିଓ ସ୍ମରଣିକା ଟୁଲୋଙ୍କୁ ମାନେଶ୍ୱର ବିଡିଓ, ଆସ୍କା ବିଡିଓ ରୋସନ ଶତପଥୀଙ୍କୁ ବେଲଗୁଣ୍ଠା ବିଡିଓ, କୋକସରା ତହସିଲଦାର ମନୋଜ କୁମାର ପାଢ଼ୀଙ୍କୁ ଟିକାବାଲି ବିଡିଓ, ରଣପୁର ବିଡିଓ ରିତୁପର୍ଣ୍ଣା ମହାପାତ୍ରଙ୍କୁ ଭୁବନେଶ୍ୱର ଆରପିଆରସିର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ମିଳିଛି ।

Get real time updates directly on you device, subscribe now.