fbpx
BJD SKY
BJD SKY

ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଲେ ଗବର: ଦଳରେ ଅଚାନକ ଏଣ୍ଟ୍ରି ମାରିଲେ ଏହି ଖେଳାଳି

BJD

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଶେଷ ଦିନିକିଆରେ ଟସ ଜିତିଲେ ଭାରତୀୟ ଅଧିନାୟକ ଶିଖର ଧୱନ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ତିନିଟିିକିଆ ଦିନିକିଆ ସିରିଜକୁ ୨-୦ରେ ବିଜୟୀ ହୋଇ ସାରିବା ପରେ କ୍ଲିନ ସ୍ୱିପ ଲକ୍ଷ୍ୟରେ ରହିଛି ଶିଖର ସେନା । ସେପଟେ ଲାଜ ବଞ୍ଚାଇବାକୁ ଗବରଙ୍କୁ ଭେଟିବ ୱିଣ୍ଡିଜ ।

Nicholas Pooran Enters Elite List Of Batting Captains Who Took Bowling  Seriously | See Stats | Cricket Country

ଶେଷ ଦିନିକିଆରେ ଗୋଟିଏ ମାତ୍ର ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି ଟିମ ଇଣ୍ଡିଆ । କିନ୍ତୁ ମ୍ୟାଚ ଜିତିବା ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ ୩ଟି ବଡ ପରିବର୍ତ୍ତନ କରିଛି । କିସି କାର୍ଟି, କିମୋ ପାଲ୍ ଙ୍କ ସମେତ ଦଳକୁ କମବ୍ୟାକ କରିଛନ୍ତି ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଜାସନ ହୋଲ୍ଡର । କରୋନା ସଂକ୍ରମିତ ହୋଇ ପ୍ରଥମ ଦୁଇଟି ମ୍ୟାଚରୁ ବାଦ ପଡିଥିବା ବେଳେ ତୃତୀୟ ତଥା ଶେଷ ମ୍ୟାଚରେ ଖେଳିବା ପାଇଁ ହୋଲ୍ଡରଙ୍କୁ ସୁଯୋଗ ମିଳିଛି ।

Why Ravindra Jadeja not playing today: Why is Jason Holder not playing  today's 1st ODI between West Indies and India in Port of Spain? - The  SportsRush

ଅନ୍ୟ ପକ୍ଷରେ ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶେଷ ମ୍ୟାଚରେ ମଧ୍ୟ ବେଞ୍ଚରେ ବସିଥିବାର ଦେଖିବାକୁ ମିଳିବ । ଆହତ ସମସ୍ୟାରୁ ମୁକୁଳି ପାରି ନଥିବାରୁ ସେ ଏହି ମ୍ୟାଚରେ ମଧ୍ୟ ସୁଯୋଗ ପାଇ ନାହାନ୍ତି । ତେବେ ଏହି ମ୍ୟାଚରେ ଟିମରେ ଏଣ୍ଟ୍ରି ମାରିଛନ୍ତି ଆଉ ଜଣେ ସୁପରଷ୍ଟାର । ଦ୍ୱିତୀୟ ମ୍ୟାଚରେ ଡେବ୍ୟୁ କରିଥିବା ଆବେଶ ଖାନଙ୍କ ସ୍ଥାନରେ ଯୁବ ପେସ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ସୁଯୋଗ ଦେେଇଛନ୍ତି ଶିଖର ଧୱନ । ତେବେ ଏହି ମ୍ୟାଚକୁ ଜିତି ଏକ ବଡ ଇତିହାସ ରଚିବାର ଲକ୍ଷ୍ୟରେ ଖେଳିବେ ଶିଖର ଆଣ୍ଡ କୋ. ।

WI vs IND: Shikhar Dhawan-led India on cusp of attaining MASSIVE feat in  3rd ODI in Trinidad - Sports News

Get real time updates directly on you device, subscribe now.