fbpx

ହାଇକୋର୍ଟ ଗଲେ ବାବୁସାନ: ଆଗୁଆ ଜାମିନ ପାଇଁ କଲେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭଷ୍ଟୋରିକୁ ନେଇ ଗତ ଚାରିଦିନ ଧରି ସାରା ଓଡ଼ିଶାରେ ଚର୍ଚ୍ଚା ଜାରି ରହିଛି । ଦୁହେଁ ଏକ କାରରେ ଏୟାରପୋର୍ଟ ଯାଉଥିବା ବେଳେ ସତ୍ୟନଗରରୁ ସେମାନଙ୍କୁ ଧରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି । ଏହାପରେ ଦୁହେଁ ଚେନ୍ନାଇରେ ଗୋଟିଏ ହୋଟେଲରେ ରହିଥିବା ମଧ୍ୟ କୁହାଯାଉଥିଲା ।

ପୂର୍ବରୁ ପ୍ରକୃତି ଭୁବନେଶ୍ୱରରେ ପହଞ୍ଚିବା ସହ ପୋଲିସ ତାଙ୍କୁ ଜେରା କରି ସାରିଛି । ଅନ୍ୟପକ୍ଷରେ ଆଜି ବାବୁସାନ ଭୁବନେଶ୍ୱରରେ ପହଞ୍ଚିଥିଲେ । ବାବୁସାନଙ୍କ ପ୍ରତିକ୍ରିୟାକୁ ସାରା ଓଡ଼ିଶା ଚାହିଁ ରହିଥିବା ବେଳେ ତାଙ୍କର ମାଆ ଅପରାଜିତା ମହାନ୍ତି ୨ ଦିନ ସମୟ ମାଗିଥିଲେ । ତେବେ ଏହା ମଧ୍ୟରେ ବାବୁସାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତୃପ୍ତିଙ୍କ ପକ୍ଷରୁ ଆଗତ ମାମଲାରେ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି । ପତ୍ନୀଙ୍କ ପକ୍ଷରୁ ଆଗତ ଏତଲାରେ ବାବୁସାନ ଅଭିଯୁକ୍ତ ରହିଛନ୍ତି ।

ତେବେ ବାବୁସାନଙ୍କ ନାମରେ ଦଫା ୪୯୮(କ), ୫୦୬ରେ ମାମଲା ଦାୟର କରିଥିଲେ ତୃପ୍ତି । ତେବେ ହାଇକୋର୍ଟରୁ ବାବୁଙ୍କୁ ଜାମିନ ମିଳୁଛି କି ନା ତାହା ଆଗକୁ ଜଣାପଡ଼ିବ । ଆପୋଷ ବୁଝାମଣା ଭିତ୍ତିରେ ପାରିବାରିକ ମାମଲାର ସମାଧାନ ହେଉ ବୋଲି ବାବୁଙ୍କ ଅଗଣିତ ପ୍ରଶଂସକ, ସିନେପ୍ରେମୀ, ଶୁଭେଚ୍ଛୁ କାମନା କରୁଛନ୍ତି । ପ୍ରକୃତି ତାଙ୍କର ଜୀବନରେ ଭଲରେ ରୁହନ୍ତୁ ଆଉ ବାବୁସାନ ତାଙ୍କ ଛୋଟିଆ ପରିବାରକୁ ନେଇ ଭଲରେ ରୁହନ୍ତୁ ଏହା ଓଡ଼ିଶାବାସୀ କାମନା କରୁଛନ୍ତି ।

Get real time updates directly on you device, subscribe now.