fbpx
BJD SKY
BJD SKY

ସ୍ପାଇସ ଜେଟ ବିରୋଧରେ ଆକ୍ସନ ନେଲା DGCA: ୮ ସପ୍ତାହ ପର୍ଯ୍ୟନ୍ତ ୫୦% ଉଡାଣ ଉପରେ ରୋକ

BJD

ନୂଆଦିଲ୍ଲୀ: ସ୍ପାଇସ ଜେଟକୁ ନେଇ ଲଗାତାର ଆସୁଥିବା ଯାନ୍ତ୍ରିକ ତ୍ରୁଟିର ଅଭିଯୋଗ ପରେ କଠୋର ହୋଇଛି DGCA । ସ୍ପାଇସ ଜେଟ କମ୍ପାନୀ ବିରୋଧରେ ନେଇଛି ଏକ ବଡ କାର୍ଯ୍ୟାନୁଷ୍ଠାନ । ଆସନ୍ତା ୮ ପର୍ଯ୍ୟନ୍ତ ୫୦ ପ୍ରତିଶତ ବିମାନ ଉଡାଣ ଉପରେ ରୋକ ଲଗାଇଛି DGCA । ଏହି ସମୟରେ ଏୟାରଲାଇନ୍ସଗୁଡିକୁ ଅତିରିକ୍ତ ନଜରରେ ରଖାଯିବ । ତେବେ ଏହି ୫୦ ପ୍ରତିଶତ ଉଡାଣକୁ ଫେରି ପାଇବା ପାଇଁ ହେଲେ ସ୍ପାଇସ ଜେଟକୁ ନିଜ ଦକ୍ଷତା ପ୍ରତିପାଦନ କରିବାକୁ ପଡିବ । ଅତିରିକ୍ତ ଭାର ଉଠାଇବା ସହ ପର୍ଯ୍ୟାପ୍ତ କର୍ମଚାରୀ ଏବଂ ଉତ୍ସ ମହଜୁଦ ରହିଥିବା ନେଇ ପ୍ରମାଣ କରିବାକୁ ପଡିବ ।

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବରୁ DGCA ସ୍ୱାଇସ ଜେଟକୁ ଏକ ନୋଟିସ ଜାରି କରିଥିଲା । ଏୟାରଲାଇନର ବିମାନଗୁଡିକରେ ବାରମ୍ବାର ଆସୁଥିବା ଯାନ୍ତ୍ରିକ ତ୍ରୁଟିକୁ ନେଇ ଏହି ନୋଟିସ ଦେଇଥିଲା DGCA । ନିକଟରେ DGCA ବିମାନର ସ୍ପଟ ଯାଞ୍ଚ କରିଥିବା ନେଇ ସରକାର ମଧ୍ୟ ରାଜ୍ୟସଭାରେ ମତ ରଖିଥିଲେ । ତେବେ ଏହି ଚେକିଂରେ କୌଣସି ବଡ ତ୍ରୁଟି ନଜରକୁ ଆସିନଥିବା ଜଣାଯାଇଛି । କିନ୍ତୁ ସମସ୍ତ ପ୍ରକାର ତ୍ରୁଟିର ସମାଧାନ ହେବା ପରେ ହିଁ ଏୟାରଲାଇନ ନିଜର ୧୦ଟି ଏୟାରକ୍ରାଫ୍ଟକୁ ବବହାର କରୁ ବୋଲି ରିପୋର୍ଟରେ କହିଥିଲା DGCA ।

ତେବେ ୧୮ ଦିନ ମଧ୍ୟରେ ୮ଥର ସ୍ପାଇସ ଜେଟ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଯାହା ଫଳରେ DGCA ଏୟାରଲାଇନ୍ସକୁ ନୋଟିସ ପଠାଇଥିଲା । କେବଳ ସ୍ପାଇସ ଜେଟ ନୁହେଁ, ଏହା ବ୍ୟତୀତ ଅନ୍ୟ ବିମାନଗୁଡିକରେ ମଧ୍ୟ ଏଭଳି ତ୍ରୁଟି ପରିଲକ୍ଷିତ ହେଉଛି । ତେବେ ଏସବୁର କାରଣ କରୋନା ବୋଲି ଦାବି କରୁଛି DGCA । ଲକଡାଉନ ଯୋଗୁଁ ବିମାନ ଉଡାଣ ଉପରେ ରୋକ ଲଗାଇ ଦିଆଯାଇଥିଲା । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ପୂର୍ଣ୍ଣ କ୍ଷମତା ସହ ଏୟାରଲାଇନ କାମ କରୁଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

Get real time updates directly on you device, subscribe now.