fbpx

ଶେୟାର ବଜାରରେ ଦ୍ରୁତ ବୃଦ୍ଧି: ସେନସେକ୍ସ ୫୪୮ ଓ ନିଫ୍ଟି ୧୫୮ ପଏଣ୍ଟ ସ୍ତରରେ ପହଞ୍ଚିଲା

ନୂଆଦିଲ୍ଲୀ: ଗତ ଦୁଇଦିନ ଧରି ହ୍ରାସ ଘଟିବା ପରେ ଆଜି ଶେୟାର ବଜାରରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ସେନସେକ୍ସ ପାଖାପାଖି ୫୪୭.୮୩ ଅଙ୍କ ବୃଦ୍ଧି ହେବା ସହିତ ୫୫୮୧୬.୩୨ରେ ବନ୍ଦ ହୋଇଥିଲା । ସେହିପରି ନିଫ୍ଟି ୧୫୭.୯୫ ଅଙ୍କ ବୃଦ୍ଧି ହେବା ସହ ୧୬୬୪୧.୮୦ ସ୍ତରରେ ବନ୍ଦ ହୋଇଥିଲା । ଏହାଛଡ଼ା ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ରେ ମୋଟ ୩,୪୬୫ କମ୍ପାନୀ ଟ୍ରେଡିଂରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପାଖାପାଖି ୧,୭୭୧ଟି ଶେୟାରରେ ବୃଦ୍ଧି ଓ ୧,୫୫୧ଟି ଶେୟାର ହ୍ରାସ ଦେଖିବାକୁ ମିଳିଥିଲା ।

ସନ ଫାର୍ମା ସେନସେକ୍ସ ପ୍ୟାକର ଶେୟାର ୩.୩୯ ପ୍ରତିଶତ ବୃଦ୍ଧି ସହ ଟପ୍ ଲିଷ୍ଟରେ ରହିଛି । ଏହା ତଳକୁ ଏସବିଆଇ, ଲାର୍ସନ ଆଣ୍ଡ ଟଉବ୍ରୋ, ଏସିଆନ ପେଣ୍ଟସ, ଟିସିଏସ୍, ଅଲଟ୍ରାଟେକ ସିମେଣ୍ଟ, ବଜାଜ ଫାଇନାନ୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ, ରହିଛନ୍ତି । ସେହିପରି ଭାରତୀ ଏୟାରଟେଲ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏନଟିପିସି, ବଜାଜ ଫିନସର୍ଭ ଆଣ୍ଡ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଶେୟାର ୧.୩୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଥିବା ଦେଖାଯାଇଛି ।

ଅନ୍ୟପକ୍ଷରେ ୧୪୩ଟି କମ୍ପାନୀର ଶେୟାର ଦାମରେ କୌଣସି ଫରକ ଦେଖିବାକୁ ମିଳିନଥିଲା । ଆଜି ୧୦୩ଟି ଷ୍ଟକ ୫୨ ସପ୍ତାହର ଉପର ସ୍ତରରେ ବନ୍ଦ ହୋଇଥିଲା ଓ ୩୦ଟି ଷ୍ଟକ ନିଜର ୫୨ ସପ୍ତାହର ନିମ୍ନ ସ୍ତରରେ ବନ୍ଦ ହୋଇଥିଲା । ୨୨୯ଟି ଶେୟାରରେ ଉପର ସର୍କିଟ ଲାଗିଥିବା ବେଳେ ୧୬୪ଟି ଶେୟାରରେ ନିମ୍ନ ସର୍କିଟ ଲାଗିଥିଲା । ଆଜି ସନ୍ଧ୍ୟାରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୨ ପଇସା ଦୁର୍ବଳ ରହିବା ସହ ୭୯.୯୦ ଟଙ୍କା ସ୍ତରରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.