fbpx
BJD SKY
BJD SKY

5G ଡିଲରେ ଚୀନର ଖାଲି ହାତ: ଜାଣନ୍ତୁ କିଏ ମାରିଲା ବାଜି?

BJD

ନୂଆଦିଲ୍ଲୀ: ବହୁ ଲୋକପ୍ରିୟ ଟେଲିକମ କମ୍ପାନୀ Jio ଏବଂ Airtel 5G ଇକ୍ୟୁପମେଣ୍ଟ ପାଇଁ ପାର୍ଟନର ଫାଇନାଲ କରି ସାରିଛନ୍ତି । ତେବେ ଏହି ରେସରେ ଖୁବ ପଛରେ ପଡି ଯାଇଛନ୍ତି Huawei ଏବଂ ZTE ଭଳି ବିଭିନ୍ନ ଚୀନ କମ୍ପାନୀ । ସେପଟେ Nokia, Samsung ଏବଂ Ericsson କୁ ଅଧିକାଂଶ କଣ୍ଟ୍ରାକ୍ଟ ମିଳିଛି । ତେବେ ଏହି ଘଟଣା ଏବେ ଚୀନ ପାଇଁ ଏକ ଶକ୍ତ ଝଟକା ପାଲଟିଛି ।

ନେକ୍ସଟ ଜେନେରେସନର ନେଟୱାର୍କ ରୋଲଆଉଟରେ ଖାଲି ହାତ ହୋଇଛି ଚୀନ । ସେପଟେ ଭୋଡାଫୋନ ଆଇଡିଆ(VI) 5G ଇକ୍ୟୁପମେଣ୍ଟ ପାର୍ଟନରସିପ ପାଇଁ ୟୁରୋପୀୟ ଭେଣ୍ଡର୍ସମାନଙ୍କ ସହ ଆଲୋଚନା ଜାରି ରଖିଛି । ରିପୋର୍ଟ ଅନୁସାରେ, VI ଆରମ୍ଭରେ ସର୍କଲଗୁଡିକ ପାଇଁ ଅର୍ଡର ରଖିଛଇ, ଯେଉଁଠାରେ ଏହାର ମାର୍କେଟ ସେୟାର ୧୫% କିମ୍ବା ଅଧିକ ରହିଥାଏ ।

ୟୁରୋପୀୟ ଭେଣ୍ଡର୍ସ ମୁକେଶ ଅମ୍ବାନୀଙ୍କ Jioକୁ ପ୍ରଥମ ଥର ମୋବାଇଲ ଟେଲିଫୋନି ଇକ୍ୟୁପମେଣ୍ଟ ସପ୍ଲାଏ କରିବେ । ଏହାପୂର୍ବରୁ Jio, Samsung ସହ ମିଶି 4G ନେଟୱାର୍କ ପାଇଁ କାମ କରିଥିଲା । ତେବେ Samsung ଚଳିତ ଥର Airtelକୁ ନିଜ ସାଥୀ ଭାବେ ବାଛିଛି । ତେଣୁ Airtelକୁ ମୋବାଇଲ ନେଟୱାର୍କ ଗିୟର ସପ୍ଲାଏ କରିବ Samsung । ପ୍ରଥମେ Airtel ୧୫ରୁ ୨୦ ହଜାର 5G ସାଇଟ୍ସ ଉପରେ କାମ ଆରମ୍ଭ କରିବ । ଯାହାଦ୍ୱାରା ବଡ ବଡ ସହରକୁ ନିୟନ୍ତ୍ରଣ କରାଯାଇ ପାରିବ । ସେପଟେ Jioର ଅର୍ଡର ଏହାଠାରୁ ମଧ୍ୟ ବଡ ରହିବ ବୋଲି ଅନୁମାନ କରାଯାଉଛି ।

ତେବେ ଏହି ମାମଲାରେ କମ୍ପାନୀଗୁଡିକ ତରଫରୁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ । ତେବେ Nokia, Samsung ଏବଂ Ericsson ସହିତ ଡିଲ୍ ହୋଇଥିବା ସ୍ପଷ୍ଟ କରିଛନ୍ତି ଭାରତୀ Airtelର ସିନିୟର ଏକଜିକ୍ୟୁଟିଭ । Airtel ସମସ୍ତ ଭେଣ୍ଡର୍ସଙ୍କୁ ପରଚେଜ ଅର୍ଡର ଦେବ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.