fbpx

(Video) ଅକାତକାତ ସମୁଦ୍ରରେ ଫସିଗଲା ବାଳକ, ପହଁରିବାକୁ ନଥିଲା ଶକ୍ତି, ଡ୍ରୋନ ପାଇଁ ବଞ୍ଚିଗଲା ଜୀବନ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ନିଜର ଭୁଲ କାରଣରୁ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରୁଥିବାର ଦେଖାଯାଇଥାଏ । ତେବେ ସମୁଦ୍ର ପରି ସୀମାହୀନ ଜଳରାଶିରେ ଜଣେ ଫସିଲେ ଉଦ୍ଧାର କରିବା ନିହାତିପକ୍ଷେ କଷ୍ଟକର ହୋଇଥାଏ । ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ସ୍ପେନର ଏକ ବେଳାଭୂମିରେ । ଅକାତକାତ ପାଣି ଭିତରେ ବୁଡ଼ି ଯାଉଥିବା ଏକ ବାଳକକୁ ଡ୍ରୋନ ଦେବଦୂତ ସାଜି ଉଦ୍ଧାର କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ସ୍ପେନର ଭାଲେନସିଆ ବେଳାଭୂମିରେ ଜଣେ ୧୪ ବର୍ଷୀୟ ବାଳକ ବୁଡ଼ି ଯାଉଥିଲେ । ଏହାପରେ ଡ୍ରୋନ ଲାଇଫ ଗାର୍ଡ ଟିମ୍ ଖବର ପାଇ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ଜେନେରାଲ ଡ୍ରୋନସର ଡ୍ରୋନ ପାଇଲଟ ମିଗୁଏଲ ଆଞ୍ଜେଲ ପେଡ୍ରେରୋଙ୍କ ମତରେ, ବାଳକଟି ପାଖରେ ଟିମର ସଦସ୍ୟମାନେ ପହଞ୍ଚିବା ପରେ ତା’ର ଅବସ୍ଥା ବହୁତ ଖରାପ ଥିଲା । ପହଁରିବାକୁ ତା’ ପାଖରେ ଶକ୍ତି ନଥିଲା । ତେଣୁ ତା’ ନିକଟକୁ ଜୀବନ ରକ୍ଷାକାରୀ ପୋଷାକ ପଠାଯାଇଥିଲା ।

ଭୟଙ୍କର ତରଙ୍ଗ କାରଣରୁ ବାଳକ ନିକଟରେ ପହଞ୍ଚିବା କଷ୍ଟକର ଥିଲା । ମାତ୍ର କଠିନ ସଂଘର୍ଷ କରି ଡ୍ରୋନ ସହାୟତାରେ ତା’ ନିକଟରେ ଜୀବନ ରକ୍ଷାକାରୀ ପୋଷାକୁ ପହଞ୍ଚା ଯାଇଥିଲା । ଏହାଦ୍ୱାରା ସେ ପହଁରି ପହଁରି ଲାଇଫ୍ ଗାର୍ଡସ ଜେଟ ସ୍କାଏ ସହାୟତାରେ ସୁରକ୍ଷିତ ଅବସ୍ଥାକୁ ଆସିପାରିବ ବୋଲି ବିଶ୍ୱାସ ଥିଲା । ବାଳକକୁ ଉଦ୍ଧାର କରାଯିବା ପରେ ହସ୍ପିଟାଲରେ ଭର୍ତ୍ତି ହେବାର ୨୪ ଘଣ୍ଟା ପରେ ସେ ଘରକୁ ଫେରିଥିଲା । ସୂଚନାଯୋଗ୍ୟ ଯେ, ଭାଲେନସିଆ ବେଳାଭୂମିରେ ୨୦୧୭ରୁ ଏହି ଡ୍ରୋନ ୩୦ରୁ ଅଧିକ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛି ।

Get real time updates directly on you device, subscribe now.