fbpx
BSKY SKY
BSKY SKY

ଏହି ୫ଟି କାରଣରୁ ହୋଇଥାଏ ଓଜନ ବୃଦ୍ଧି: ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

BSKY

ଓଡିଶା ଭାସ୍କର: ବୟସ ବଢିବା ସହିତ ଓଜନ ବୃଦ୍ଧି ହେବା ଏକ ସ୍ୱଭାବିକ କଥା । କାରଣ ବୟସ ବଢିବା ହେତୁ ଶାରୀରିକ କାର୍ଯ୍ୟକଳାପ କମ ହେଇଥାଏ । ସେହି ସମୟରେ ଅଧିକାଂଶ ଲୋକେ ଖେଳିବା, ଦୌଡିବା, ବ୍ୟାୟାମ୍ କରିବା ଆଦି ବନ୍ଦ କରି ଦିଅନ୍ତି । ଯାହାଫଳରେ ଓଜନ ବୃଦ୍ଧି ପାଇଥାଏ । ତେବେ ଥାଇରଏଡ୍, ହରମୋନ୍ ଅସନ୍ତୁଳନ, କିମ୍ବା ଅନ୍ୟ କିଛିି କାରଣରୁ ମଧ୍ୟ ହଠାତ ଓଜନ ବୃଦ୍ଧି ପାଇଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ମଣିଷ ଶରୀର ବହୁତ ଜଟିଳ ହୋଇଥାଏ । ବୟସ ବଢିବା ସହିତ ଶରୀରରେ ବିଭିନ୍ନ ସମସ୍ୟା ଉପୁଜିଥାଏ । ତେବେ ଏଥିମଧ୍ୟରୁ ଗୋଟିଏ ହେଉଛି ଓଜନ ବୃଦ୍ଧି । ମୁଖ୍ୟତଃ ୫ଟି କାରଣରୁ ହଠାତ୍ ଶରୀରର ଓଜନ ବୃଦ୍ଧି ପାଇଥାଏ ।

୧- ହାଇପୋଥାଇରଏଡିଜିମ୍ (Hypothyrodism): ଯେତେବେଳେ ଆମେ ଡାକ୍ତରଙ୍କୁ ହଠାତ୍ ଆମ ଓଜନ ବୃଦ୍ଧିର କାରଣ ପଚାରିଥାଉ, ସେତେବେଳେ ଡାକ୍ତର ପ୍ରଥମେ ଥାଇରଏଡ୍ ପରୀକ୍ଷା କରିବାକୁ କହିଥାନ୍ତି । ମଣିଷ ବେକରେ ପ୍ରଜାପତି ଆକୃତିର ଏକ ଗ୍ରନ୍ଥି ରହିଛି । ଯାହା ମେଟାବୋଲିଜିମ୍ ନିୟନ୍ତ୍ରଣ କରୁଥିବା ହରମୋନକୁ ନଷ୍ଟ କରିଥାଏ । ଏହା ଦ୍ୱାରା ହଠାତ୍ ଓଜନ ବୃଦ୍ଧି ହୋଇଥାଏ । ତେବେ ଏହି ହାଇପୋଥାଇରଏଡିଜିମ୍ ମହିଳାମାନଙ୍କ ଶରୀରରେ ଅଧିକ ଦେଖାଯାଇଥାଏ । ଏହି କାରଣରୁ ହଠାତ୍ ଓଜନ ବଢିବା ସହ ଥକାପଣ, ଶୁଖିଲା ଚର୍ମ, କେଶ ଝଡିବା ଓ ସ୍ୱରରେ ପରିବର୍ତ୍ତନ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ଓଜନ କମାଇବା ପାଇଁ ପ୍ରଥମେ ଥାଇରଏଡ୍ ପରୀକ୍ଷା କରାଇ ସଠିକ୍ ଔଷଧ ଖାଇବା ଆବଶ୍ୟକ ।

୨- ମେନୋପୋଜ୍(Menopause): ମେନୋପୋଜ ଆରମ୍ଭ ହେବାର ଅବଧୀକୁ ପେରିମେନୋପୋଜ୍ କୁହାଯାଏ । ଏହା ସାଧରଣତଃ ମାହିଳାମାନଙ୍କୁ ୪୦ ବର୍ଷ ପରେ ଆରମ୍ଭ ହୋଇଥାଏ । ପେରିମେନୋପୋଜ୍ରେ ଅନେକ ପରିବର୍ତ୍ତନ ହୋଇଥାଏ । ଯାହା ଫଳରେ ଇଷ୍ଟ୍ରୋଜେନ୍ ହରମୋନ୍ ଅସମାନ ଭାବରେ ବୃଦ୍ଧି ହୁଏ କିମ୍ବା କମିଯାଏ । ଏହି କାରଣରୁ ହଠାତ୍ ଓଜନ ବୃଦ୍ଧି ସହିତ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ ।

୩- ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍(Polycystric Ovary Syndrome): ରିସର୍ଚ୍ଚରୁ ଜଣା ପଡିଛି ଯେ, ୫ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍ ରୋଗରେ ପୀଡିତ । ଏହା ଏକ ଏଣ୍ଡ୍ରୋକ୍ରାଇନ୍ ହରମୋନାଲ୍ ରୋଗ, ଯାହା ପ୍ରଜନନ ହରମୋନ୍ ଇଷ୍ଟ୍ରୋଜେନ୍ ଏବଂ ଟେଷ୍ଟିଷ୍ଟୋରେନ୍ ବାଲାନ୍ସତ୍କୁ ବିଗାଡି ଦେଇଥାଏ । ଏଥିସହିତ ଏହା ରକ୍ତରେ ଶର୍କରା ସ୍ତରକୁ ପ୍ରଭାବିତ କରିବା ସହ ଶରୀରର ମଧ୍ୟ ଭାଗରେ ଓଜନ ବଢାଇଥାଏ ।

୪- ଚିନ୍ତା ଓ ଉଦାସ(Stress and Anxiety): ଯେତେବେଳେ ଆପଣ ଚାପଗ୍ରସ୍ତ ହେଉଛନ୍ତି ସେତେବେଳେ ଆପଣଙ୍କର ଆଡ୍ରୋନାଲିନ୍ ଗ୍ରନ୍ଥି ପ୍ରଭାବିତ ହୋଇଥାଏ । ଯାହାଫଳରେ କର୍ଟିସୋଲ ହରମୋନ୍ ସିକ୍ରେସନ ଅଧିକ ହେବାକୁ ଲାଗିଥାଏ । ଏହା ଶରୀରକୁ ଉଭୟ ଶକ୍ତି ଓ ଚର୍ବି ସଂରକ୍ଷଣ କରିବାକୁ ଦେଇଥାଏ । ଏହା ଦ୍ୱାରା ଆପଣଙ୍କର ହଠାତ୍ ଓଜନ ବୃଦ୍ଧି ହୋଇଥାଏ ।

୫- କ୍ଷୁଦ୍ର ଅନ୍ତନଳୀରେ ବ୍ୟାକ୍ଟେରିଆର ବୃଦ୍ଧି : ପ୍ରୋବୋଟିକ୍ସ ସମେତ ଭଲ ବ୍ୟାକ୍ଟେରିଆ ଅନ୍ତନଳୀରେ ସଠିକ୍ ଭାବରେ କାର୍ଯ୍ୟ କରିଥାନ୍ତି । କିନ୍ତୁ ହଜମ ପ୍ରକ୍ରିୟାରେ ଖରାପ ଜୀବାଣୁ ମଧ୍ୟ ରହିଥାନ୍ତି, ଯେତେବେଳେ ଏହି ଭଲ ବ୍ୟାକ୍ଟେରିଆ ଓ ଖରାପ ବ୍ୟାକ୍ଟେରିଆର ସନ୍ତୁଳନ ବିଗିଡିଯାଏ ସେହି ସମୟରେ କ୍ଷୁଦ୍ର ଅନ୍ତନଳୀରେ ବ୍ୟାକ୍ଟେରିଆ ମଧ୍ୟ ବୃଦ୍ଧି ପାଇଥାଏ । ଯାହା ଦ୍ୱାରା ଆପଣଙ୍କର ହଠାତ୍ ଓଜନ ବୃଦ୍ଧି ହୋଇଥାଏ ।

ତେଣୁ ଆପଣ ଏହି ସବୁ ସମସ୍ୟାଠାରୁ ଦୁରେଇ ରହିବା ସହିତ ଡାକ୍ତରଙ୍କ ସହ ପରାମର୍ଶ କରି ସଠିକ୍ ଔଷଧ ସେବନ କରନ୍ତୁ ।

Get real time updates directly on you device, subscribe now.