fbpx

ବ୍ରହ୍ମପୁରରେ ଅଘଟଣ: ଇଞ୍ଜେକ୍ସନ ନେଇ ରୋଗୀ ଅଧିକ ଅସୁସ୍ଥ!

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଇଞ୍ଜେକ୍ସନ ନେବା ପରେ ଅଧିକ ଅସୁସ୍ଥ ଅଭିଯୋଗ କରିଛନ୍ତି ୨୧ ରୋଗୀ । ବ୍ରହ୍ମପୁର ଏମକେସିଜି ମେଡିସନ୍ ୱାର୍ଡର ୧ ନମ୍ବର ୟୁନିଟରେ ଘଟିଛି ଏହି ଅଘଟଣ । ଅଧିକ ଅସୁସ୍ଥ ଅଭିଯୋଗ ପରେ ରୋଗୀଙ୍କୁ ଦିଆଯାଇଥିଲା ଅକ୍ସିଜେନ୍ । ଜ୍ୱର, ଝାଡ଼ାବାନ୍ତିରେ ଆକ୍ରାନ୍ତ ୨୧ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଧିକ ଅସୁସ୍ଥ ହେବା ପରେ ଡାକ୍ତରଙ୍କୁ ଅଭିଯୋଗ କରିଛନ୍ତି ୨୧ ରୋଗୀ ।

ତେବେ ରୋଗ ଅନୁସାରେ ଇଞ୍ଜେକ୍ସନ ଦିଆଯାଇଥିବା ଡାକ୍ତର କହିଛନ୍ତି । ଗ୍ୟାସଟ୍ରିକ ପାଇଁ ରୋଗୀଙ୍କୁ ଦିଆଯାଇଥିଲା ଇଞ୍ଜେକ୍ସନ । କିନ୍ତୁ ଇଞ୍ଜେକ୍ସନ ଦେବା ପରେ ସମସ୍ତ ରୋଗୀ ଥରି ଉଠିଥିଲେ । ଅଧିକ ଅସୁସ୍ଥ ପରେ କିଛି ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.