କମନୱେଲଥ ଗେମ୍ସରେ ଭାରତ ପଦକ ବିଜୟ ଅଭିଯାନ ଜାରି ରହିଛି । ବର୍ମିଂହାମରେ ଚାଲିଥିବା କମନୱେଲଥ୍ ଗେକ୍ସ ୨୦୨୨ର ତୃତୀୟ ଦିନରେ ଭାରତୀୟ ୱେଟଲିଫ୍ଟର ଲାଲରିନୁଙ୍ଗା ଜେରେମୀ ପୁରୁଷ ୬୭ କେଜି ବର୍ଗରେ ରେକର୍ଡ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ସହ ଭାରତ ଏହାର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ମିଳିଛି ।
ସ୍ନାଚ ରାଉଣ୍ଡରେ ଜେରେମୀ କମନୱେଲଥ ଗେମ୍ସରେ ନୂଆ ରେକର୍ଡ କରିଛନ୍ତି, ଏହି ରାଉଣ୍ଡରେ ୧୪୦ କେଜି ଓଜନ ଉଠାଇଥିଲେ । ସେହିଭଳି କ୍ଲିନ୍ ଆଣ୍ଡ୍ ଜର୍କରେ ସେ ୧୬୦ କେଜି ଉଠାଇବା ସହ ସମୁଦାୟ ୩୦୦ କେଜି ଓଜନ ଉଠାଇ କମନୱେଲଥ୍ ଗେମ୍ସରେ ଏହି ବର୍ଗରେ ନୂଆ ରେକର୍ଡ କରିଛନ୍ତି ।
ଏହା ସହ ୱେଟଲିଫ୍ଟିଙ୍ଗରେ ଭାରତକୁ ସମୁଦାୟ ୫ ମେଡାଲ ମିଳିସାରିଲାଣି । ଲାଲନିରୁଙ୍ଗା ଜେରେମୀଙ୍କ ପୂର୍ବରୁ ସଙ୍କେତ ସରଗର(ରୌପ୍ୟ), ଗୁରୁରାଜ ପୂଜାରୀ(ବ୍ରୋଞ୍ଜ), ମୀରବାଈ ଚାନୂ(ସ୍ୱର୍ଣ୍ଣ) ଏବଂ ବିନ୍ଧ୍ୟାରାଣୀ ଦେବୀ (ରୌପ୍ୟ) ଜିତିଛନ୍ତି ।