ଟାବ୍ଲେଟ ଦାମ୍ ୨୫୦ ଟଙ୍କାରୁ ବି କମ୍: ପିଲାମାନଙ୍କ ପାଇଁ ସୁନ୍ଦର ଉପହାର ହୋଇପାରେ ଏହି ଗ୍ୟାଜେଟ

ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ ଯୁଗରେ ଛୋଟ ଛୋଟ ପିଲା ବି ସ୍ମାର୍ଟଫୋନ ଏବଂ ଇଣ୍ଟରନେଟ ଇତ୍ୟାଦି ବିଷୟରେ ଜାଣି ଗଲେଣି । ଏହାପରେ କରୋନା ମହାମାରୀ ଯୋଗୁଁ ଅନଲାଇନ କ୍ଲାସ ସେମାନଙ୍କୁ ଏଥିପ୍ରତି ବେଶୀ ନିର୍ଭରଶୀଳ କରାଇ ଦେଇଛି । ତେବେ ଅନେକ ସମୟରେ ଏମାନେ ଏହାକୁ ଭାଙ୍ଗି ଦେଉଥିବା ମଧ୍ୟ ଦେଖିବାକୁ ମିଳେ । ତେବେ ଏଭଳି ଘଟଣାରୁ ରକ୍ଷା ପାଇବାକୁ ଆପଣଙ୍କ ପାଇଁ ଏକ ବଡ ଏବଂ ସୁନ୍ଦର ବିକଳ୍ପ ଏବେ ମାର୍କେଟକୁ ଆସିଯାଇଛି । ଖୁବ ଶସ୍ତାରେ ପିଲାମାନଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ହୋଇପାରିବ ।

ତେବେ ଏହି ଟାବ୍ଲେଟରେ ଆପଣଙ୍କୁ ଆଉ ଏକ ଫାଇଦା ମଧ୍ୟ ମିଳିପାରିବ । ଏହାଦ୍ୱାରା ଆପଣଙ୍କୁ ନା ଇଣ୍ଟରନେଟର ଖର୍ଚ୍ଚ ପଡିବ ନା କୌଣସି ଆଡଲ୍ଟ ୱେବସାଇଟକୁ ପିଲାମାନେ ଯିବାର ଭୟ ରହିବ । ଏହି ଟାବ୍ଲେଟ ସହିତ ଆପଣ ଅନେକ କିଛି କାମ କରିପାରିବେ । ତେବେ ଏହା ଏକ ବ୍ଲାକ ବୋର୍ଡ ପରି କାମ କରିଥାଏ । ଆସନ୍ତୁ ଜାଣିବା ଏହାର ଫିଚର୍ସ:

ଷ୍ଟୋରିଓ ବ୍ରାଣ୍ଡର ଏହି ଡିଭାଇସ ଖୁବ ଶସ୍ତାରେ ମିଳିଯିବ । ମାତ୍ର ୨୩୭ ଟଙ୍କାରେ ଏହି ଟାବ୍ଲେଟ ଆପଣ ଆମାଜନରୁ ପାଇ ପାରିବେ । ଏହାକୁ ଆପଣ ଇ-ରାଇଟର ମଧ୍ୟ କହି ପାରନ୍ତି । ଏଥିରେ ଆପଣଙ୍କୁ ୮.୫ ଇଞ୍ଚର ଏଲସିଡି ଡିସପ୍ଲେ ରହିଛି । ଏହାସହିତ ୱାନ ଟଚ ଇରେଜ ବଟନ୍ ସହିତ ଆସିଥାଏ ଏହି ଡିଭାଇସ ।

ଟାବ୍ଲେଟରେ ଏକ ପ୍ରେସର ସେନ୍ସିଟିଭ ସ୍କ୍ରିନ ଥିବା ବେଳେ ଏହାର ଓଜନ ୨୦୦ ଗ୍ରାମ ଏବଂ ଏହା ମଲ୍ଟି କଲର ଡିସପ୍ଲେ ଫିଚର ମଧ୍ୟ ପ୍ରଦାନ କରିଥାଏ । ଏଥିରେ ସ୍କ୍ରିନ ଅଫ କରିବା ପାଇଁ ଅପ୍ସନ ରହିଛି । ଏହାବ୍ୟତୀତ ପିଲାମାନଙ୍କ ସୁରକ୍ଷା ପାଇଁ ଆପଣ ଏଥିରେ ବ୍ୟାଟେରୀକୁ ଲକ୍ କରିପାରିବେ ।