fbpx
BJD
BJD SKY
BJD SKY

ଋଷ ବରକୁ ୟୁକ୍ରେନର କନ୍ୟା, ଭାରତୀୟ ପରମ୍ପରାରେ ପଡ଼ିଲା ହାତଗଣ୍ଠି

BJD

ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ସମଗ୍ର ଦେଶ ଉପରେ ପଡ଼ିଛି । କିନ୍ତୁ ଏହାରି ମଧ୍ୟରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର । ଯେଉଁଠାରେ ଜଣେ ୟୁକ୍ରେନର ଜଣେ ମହିଳା ଏବଂ ଋଷ ଜଣେ ଯୁବକ ବିବାହ କରିଛନ୍ତି । ଆଉ ତାହାବି ପୁଣି ଆମ ଭାରତରେ । ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ପରିସ୍ଥିତି ମଧ୍ୟରେ ଋଷ ଏବଂ ୟୁକ୍ରେନର ଏହି ଯୋଡ଼ିଙ୍କ ବିବାହଙ୍କୁ ଲୋକେ ଖୁବ୍ ପ୍ରଶଂସା କରିଛନ୍ତି । ହିନ୍ଦୁ ରୀତି-ନୀତି ଅନୂଯାୟୀ ଏମାନଙ୍କର ବିବାହ ହୋଇଛି ।

ଋଷର ସିରଗୀ ନୋବିକା ବରଯାତ୍ରୀ ନେଇ ଆସିଥିଲେ । ତାଙ୍କ ସହ ପାରମ୍ପରିକ ବ୍ୟାଣ୍ଡ୍ ବାଜାରେ ବରଯାତ୍ରୀ ନାଚି ନାଚି ଆସିଥିଲେ । ସେହିଭଳି କନ୍ୟାଙ୍କ ଭଉଣୀ ଏବଂ ସାଙ୍ଗମାନେ ଗେଟରେ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହାପରେ ବୈଦିକ ମନ୍ତ୍ରୋଚାରଣ ସହ ସ୍ଥାନୀୟ ପଣ୍ଡିତ ରମଣ ଶର୍ମା ବିବାହ କରାଇଥିଲେ ।

ପ୍ରକୃତରେ ସିରଗୀ ନୋବିକା ଏବଂ ୟୁକ୍ରେନର ଏଲୋନା ବ୍ରାମୋକାଙ୍କ କହିଛନ୍ତି ଯେ ସେମାନେ ହିନ୍ଦୁ ଧର୍ମ ଏବଂ ପରମ୍ପରାରେ ବହୁତ ପ୍ରଭାବିତ ହୋଇଥିଲେ ଏବଂ ଉଭୟ ହିନ୍ଦୁ ପରମ୍ପରା ଅନୂଯାୟୀ ବିବାହ କରିବେ ବୋଲି ମନସ୍ଥ କରିଥିଲେ । ଆଉ ଉଭୟ ହିମାଚଳ ପ୍ରଦେଶ ଧର୍ମଶାଳା ସ୍ଥିତ ନାରାୟଣ ମନ୍ଦିର ଦିବ୍ୟ ଆଶ୍ରମ, ଖଡୋତା ଠାରେ ବିବାହ କରିଛନ୍ତି ।

Get real time updates directly on you device, subscribe now.