fbpx
BSKY SKY
BSKY SKY

ଦୁଇ ମହାଶକ୍ତିଙ୍କ ଗର୍ଜନରେ କମ୍ପିବ ସାରା ବିଶ୍ୱ: ତାଇୱାନରେ ଜାରି ହେଲା ହେଲା ଯୁଦ୍ଧ ଆଲର୍ଟ, ଚୀନରେ ବାଜିଲା ସାଇରନ୍

BSKY

ନୂଆଦିଲ୍ଲୀ: ପୁଣି ଏକ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇଛି ସମଗ୍ର ବିଶ୍ୱ । ଆମେରିକା ସ୍ପିକର ନାନ୍ସି ପେଲୋସୀ ତାଇୱାନରେ ପହଞ୍ଚିବା ପରେ ଚୀନର ହୃଦକମ୍ପନ ବଢ଼ିଯାଇଛି । ପୂର୍ବରୁ ଚୀନ ନାନ୍ସିଙ୍କ ତାଇୱାନ ଗସ୍ତ ନେଇ ଆମେରିକାକୁ ଧମକ ଦେଇଥିଲା । ତେବେ ଆମେରିକା ଚୀନର ନାଲିଆଖିକୁ ନ ଡରି ନାନ୍ସିଙ୍କୁ ତାଇୱାନ ପଠାଇଛି । ବିଶ୍ୱର ଦୁଇ ମହାଶକ୍ତିଙ୍କ ମଧ୍ୟରେ ଟକ୍କର ସମଗ୍ର ବିଶ୍ୱକୁ ମରଣ ମୁହଁକୁ ଠେଲିଦେବ ।

ନାନ୍ସିଙ୍କ ତାଇୱାନ ଗସ୍ତକୁ ନେଇ ଏବେ ସାରା ବିଶ୍ୱରେ ଯୁଦ୍ଧର କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି । ନାନ୍ସିଙ୍କ ଗସ୍ତକୁ ନେଇ ବିଚଳିତ ହୋଇ ପଡ଼ିଛି ଚୀନ । ତେବେ ଚୀନ ଆମେରିକାକୁ ଧମକ ଦେବା ସହିତ ନିଜର ଆକ୍ସନ ଆରମ୍ଭ କରିଦେଇଛି । ଏହା ପୂର୍ବରୁ ଗତ ଫେବୃଆରୀରେ ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ହୋଇଥିଲା, ଯାହାର ମୂଲ୍ୟ ଆଜି ସାରା ବିଶ୍ୱକୁ ଭୋଗିବାକୁ ପଡ଼ୁଛି ।

ରିପୋର୍ଟ ମୁତାବକ, ଚୀନ ଆସନ୍ତା ୪ ତାରିଖରୁ ଯୁଦ୍ଧାଭ୍ୟାସ କରିବ ବୋଲି ନିଷ୍ପତ୍ତି ନେଇସାରିଛି । ତାଇୱାନ ନିକଟବର୍ତ୍ତୀ ଛଅଟି ଅଞ୍ଚଳରେ ଜରୁରୀକାଳୀନ ମିଲିଟାରୀ ଡ୍ରିଲ କରାଯିବ ବୋଲି ଚୀନ ସେନା ପକ୍ଷରୁ କୁହାଯାଇଛି । ଏଥିରେ ଲାଇଭ୍ ଫାୟର ଡ୍ରିଲ୍ ସାମିଲ ରହିବ ବୋଲି କୁହାଯାଇଛି । ଅନ୍ୟପଟେ ତାଇୱାନରେ ଲେବଲ-୨ ଆଲର୍ଟ ଜାରି କରାଯାଇଛି । ଏହି ଆଲର୍ଟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଜାରି ହୋଇଛି । ୧୯୯୬ ପରେ ପ୍ରଥମ ଥର ପାଇଁ ଦେଶରେ ଏପରି ଆଲର୍ଟ ଜାରି କରାଯାଇଛି ।

Get real time updates directly on you device, subscribe now.