fbpx
BJD
BJD SKY
BJD SKY

ଆରେ ମୁର୍ଖ, ପେଟ୍ରୋଲ ପମ୍ପରେ ସିଗାରେଟ୍ ଟାଣୁଛୁ, ଏବେ ନିଆଁରେ ପୋଡ଼ି ମରେ

BJD

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ନିଜର ମୁର୍ଖାମି କାରଣରୁ ଅନେକ ବିପଦକୁ ଆମନ୍ତ୍ରଣ କରିଥାନ୍ତି । ତେବେ ନିକଟରେ ଜଣେ ଯୁବକ ଏପରି ଏକ ଭୁଲ୍ ପାଇଁ ମରୁ ମରୁ ବଞ୍ଚି ଯାଇଛନ୍ତି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଜଣେ ଯୁବକ ପେଟ୍ରୋଲ ପମ୍ପରେ ଗାଡ଼ି ଆଗରେ ଛିଡ଼ା ହୋଇ ସିଗାରେଟ୍ ଲଗାଉଥିଲେ । ଏହି ସମୟରେ ହଠାତ୍ ନିଅାଁ ଜୋରରେ ଲାଗି ଯାଇଥିଲା ଓ ଯୁବକ ଜଣଙ୍କ ଛଟପଟ ହୋଇ ନିଜକୁ କୌଣସି ପ୍ରକାରେ ବଞ୍ଚାଇ ଦେଇଥିଲେ ।

ଭିଡିଓରେ ଦେଖାଯାଉଛି, ଜଣେ ଯୁବକ ପେଟ୍ରୋଲ ପମ୍ପରେ ଛିଡ଼ା ହୋଇ ଲାଇଟର କାଢ଼ୁଥିଲେ । ସେ ଲାଇଟର ଜଳାଇବା କ୍ଷଣି ସଙ୍ଗେ ସଙ୍ଗେ ପେଟ୍ରୋଲ ପମ୍ପରେ ନିଆଁ ଲାଗି ଯାଇଥିଲା । ଏହି ମାମଲାଟି ରୁଷର ଚେଲ୍ୟାବିନସ୍କ ସହରରୁ ଆସିଛି । ଯୁବକ ଜଣଙ୍କ ନିଜ ଗାଡ଼ିରେ ଫୁଏଲ ଭରୁଥିବା ବେଳେ ଲାଇଟର କାଢ଼ିଥିଲେ । ନିଆଁ ଲାଗିବା ପରେ ସେ ତତକ୍ଷଣାତ୍ ଫୁଏଲ ପମ୍ପର ହ୍ୟାଣ୍ଡେଲକୁ ଗାଡ଼ିରୁ କାଢ଼଼ି ବାହାରକୁ ଫିଙ୍ଗିଦେଇଥିଲେ । ଫଳରେ ନିଆଁ ଥମି ଯାଇଥିଲା ।

ଏହାପରେ ଯୁବକଙ୍କ ଗାଡ଼ିର ପଛଭାଗରେ ନିଆଁ ଲାଗିଯାଇଥିଲା । ସେ ବିଚଳିତ ଅବସ୍ଥାରେ ଦୌଡ଼ି ଯାଇ ଗାଡ଼ିର ଆଗ ସିଟରେ ବସି ଗାଡ଼ି ଷ୍ଟାର୍ଟ କରି ସେଠାରୁ ପଳାଇ ଯାଇଥିଲା । ଏହାପରେ ପେଟ୍ରୋଲ ପମ୍ପ ଛାଡ଼ି କିଛି ଗାଡ଼ି ଚାଲିଯାଉଥିବା ଦେଖାଯାଇଥିଲା । ଏହାର କିଛି ସମୟ ପରେ ଉକ୍ତ ଯୁବକ ଜଣଙ୍କ ପୁନର୍ବାର ପେଟ୍ରୋଲ ପମ୍ପ ନିକଟକୁ ଆସିଥିଲେ । ସେ ସେଠାରେ ଥିବା ନିଆଁ ଲିଭା ଯନ୍ତ୍ରକୁ ଉଠାଇ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଥିଲେ । ଏହି ଭିଡିଓ ଦେଖିବା ପରେ ୟୁଜର୍ସମାନେ ଭିନ୍ନ ଭିନ୍ନ ମଜାଳିଆ କମେଣ୍ଟ ଦେଇଥିଲେ ।

Get real time updates directly on you device, subscribe now.