fbpx

ଅଲ-ଜାୱାହିରୀ ମୃତ୍ୟୁ ପରେ କିଏ ହେବ ଅଲ–କାଏଦା ମୁଖ୍ୟ? ଏହି ନାମଗୁଡିକୁ ନେଇ ହେଉଛି ଚର୍ଚ୍ଚା

ଦୀର୍ଘ ୨୧ ବର୍ଷର ଅପେକ୍ଷା ପରେ ଶେଷରେ ୯/୧୧ର ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା । ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଅଲ-କାଏଦାର ମୁଖ୍ୟ ଅୟମାନ ଅଲ୍-ଜାୱାହିରୀକୁ ଆମେରିକା ହତ୍ୟା କରିଛି । ତେବେ ୭୧ ବର୍ଷର ଜାୱାହିରୀକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ହି ଜାୱାହିରୀର ମୃତ୍ୟୁ ହୋଇଛି ।

୨୦୦୧ ସେପ୍ଟେମ୍ବର ୧୧ରେ ଓସାମା ବିନ୍ ଲାଡେନ ଓ ଅଲ-ଜାୱାହିରୀ ଆମେରିକା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯୋଜନା କରିଥିଲେ । ଏହି ଆକ୍ରମଣରେ ଆମେରିକାର ୩୦୦୦ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଆମେରିକା ୨୦୧୧ ମସିହାରେ ଓସାମା ବିନ୍ ଲାଡେନକୁ ହତ୍ୟା କରିଥିଲା ଏବଂ ବର୍ତ୍ତମାନ ୧୧ ବର୍ଷ ପରେ ଅଲ-ଜାୱାହିରୀ ମଧ୍ୟ ନିହତ ହେଲା । ତେବେ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଛି ଉଭୟ ଓସାମା ବିନ୍ ଲାଡେନ ଓ ଅୟମାନ ଅଲ ଜାୱାହିରୀଙ୍କ ମୃତ୍ୟୁ ପରେ କିଏ ହେବ ଅଲ-କାୟଦାର ମୁଖ୍ୟ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଅଲ-କାଏଦାର ମୁଖ୍ୟ ହେବା ପାଇଁ ବର୍ତ୍ତମାନ କିଛି ନାଁ ସାମ୍ନାକୁ ଆସିଛି ।

୧- ସେଫ୍ ଅଲ-ଅଦେଲ୍ : ସେଫ୍ ଅଲ ଅଦେଲ ହେଉଛି ଅଲ କାଏଦାର ଜଣେ ବରିଷ୍ଠ ସଦସ୍ୟ । ୧୯୮୧ ରେ ହୋଇଥିବା ମିଶରର ରାଷ୍ଟ୍ରପତି ହତ୍ୟା ଘଟଣାରେ ତାର ହାତ ଥିବା ସନ୍ଦେହ କରାଯାଉଛି । ସେହିପରି ୧୯୯୮ ମସିହାରେ ଆମେରିକା ଦୂତବାସଗୁଡିକରେ ହୋଇଥିବା ବିସ୍ପୋରଣରେ ନାଇବୋରି ଏବଂ ଦାରା ଏସ୍ ସଲାମକୁ ସାହାଯ୍ୟ କରିଥିବା ସନ୍ଦେହ କରୁଛି ଆମେରିକା । ଏଥିସହିତ ଦୁନିଆରେ ହେଉଥିବା ଅନେକ ଆତଙ୍କବାଦୀ ଆକ୍ରମଣରେ ଅଲ ଲାଡେନର ହାତ ରହିଛି । ତେବେ ଅଲ ଲାଡେନକୁ ଅଲ କାୟଦା ସଂଗଠନର ତିନି ନମ୍ବର ବୋଲି କୁହାଯାଏ ।

୨- ୟଜିଦ୍ ମେବାରେକ୍: ୟଜିଦ୍ ମେବାରେକ ୟୁସୂଫ ଅଲ ଅନିବ ନାମରେ ମଧ୍ୟ ଜଣାଶୁଣା । ସେ ଅଲଜେରିଆର ଜଣେ  ନାଗରିକ । ମେବାରେକ AQIM ପାଇଁ ଏକ ମିଡିଆ ଅପରେସନ କରିଥିଲା । ଏହାପରେ ୨୦୧୩ ମସିହାରେ ସେ ଫ୍ରାନ୍ସ ବିରୁଦ୍ଧରେ ଆକ୍ରମଣ କରିବାକୁ ଅତଙ୍କବାଦୀ ସଂଗଠନକୁ ଆହ୍ୱାନ ଦେଇଥିଲା ।

୩- ଅଲ ରହମାନ ଅଲ ମଘରେବି: ଅଲ କାଏଦାର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଆଉ ଏକ ନାମ ହେଉଛି ମୋରକ୍କୋରେ ଜନ୍ମିତ ଅଲ ରହମାନ ଅଲ ମଘରେବି । ଯିଏକି ଅଲ କାଏଦାର ସଦସ୍ୟତା ବିଷୟରେ FBI ଦ୍ୱାରା ପଚରାଉଚରା ପାଇଁ ୱାଣ୍ଟେଡ୍ ଅଛି । FBI କହିଛି ଯେ ଅଲ ରହମାନ ଅଲ ମଘରେବ ଆପଗାନିସ୍ତାନ ଯିବା ପୂର୍ବରୁ ଜର୍ମାନରେ ଜଣେ ସପ୍ଟୱେୟାର ପୋଗ୍ରାମିଙ୍ଗର ଅଧ୍ୟୟନ କରୁଥିଲେ । ଯେଉଁଠି ତାଙ୍କୁ ଅଲ କାଏଦାର ମୁଖ୍ୟ ମିଡିଆ ୱିଙ୍ଗ ପରିଚାଳନା ପାଇଁ ମନୋନୀତ କରାଯାଇଥିଲା ।

Get real time updates directly on you device, subscribe now.