fbpx

CWG 2022: ସେମିରେ ପହଞ୍ଚିଲା ଭାରତୀୟ ପୁରୁଷ ହକି ଦଳ, ଆସନ୍ତା ୬ରେ ହେବ ମୁକାବିଲା

ନୂଆଦିଲ୍ଲୀ: କମନୱେଲଥ ଗେମ୍ସ ୨୦୨୨ରେ ଭାରତୀୟ ପୁରୁଷ ହକି ଟିମ୍ ଶାନଦାର ପ୍ରଦର୍ଶନ କରିଛି । ଦଳ ୱେଲ୍ସକୁ ୪-୧ ଗୋଲରେ ହରାଇ ସେମିରେ ପ୍ରବେଶ କରିଛି । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ସର୍ବାଧିକ ୩ଟି ଗୋଲ ସ୍କୋର କରିଥିଲେ । ଚଳିତ ଥର ଭାରତୀୟ ହକି ଦଳ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ ଜିତିବା ଲକ୍ଷ୍ୟରେ ରହିଛି । ଆଜି ପର୍ଯ୍ୟନ୍ତ ଭାରତ ସଡବ୍ଲ୍ୟୁଜିରେ ଗୋଟିଏ ବି ଗୋଲ୍ଡ ମେଡାଲ ଜିତିପାରିନାହିଁ ।

ଆଜିର ଗ୍ରୁପ-ବି ମ୍ୟାଚର ଅନ୍ତିମ ମୁକାବିଲାରେ ଭାରତ ୪-୧ ଗୋଲରେ ୱେଲ୍ସକୁ ଧରାଶାୟୀ କରିଛି । ଉପଅଧିନାୟିକା ହରମନପ୍ରୀତ ୧୮ତମ, ୧୯ତମ ଓ ୪୧ତମ ମିନିଟରେ, ଗୁରଜନ୍ତ ସିଂହ ୪୯ତମ ମିନିଟରେ ଗୋଲ ସ୍କୋର କରିଥିଲେ । ୱେଲ୍ସ ପକ୍ଷରୁ କେବଳ ଗୋଟିଏ ମାତ୍ର ଗୋଲ ଗୈରେଥ ଫରଲୋଙ୍ଗ ୫୫ତମ ମିନିଟରେ ଦେଇଥିଲେ ।

ପ୍ରଥମ କ୍ୱାର୍ଟରରେ ଭାରତୀୟ ଟିମ୍ ସମ୍ପୂର୍ଣ୍ଣ ଭାବେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ ହେଁ ସୁଯୋଗ ହାତଛଡ଼ା କରିଥିଲା । ଦ୍ୱିତୀୟ କ୍ୱାର୍ଟର ଦଳ ସପକ୍ଷରେ ଯାଇଥିଲା । ହରମନପ୍ରୀତଙ୍କ ଗୋଲ ପରେ ଭାରତ ୩-୦ରେ ଆଗରେ ରହିଥିଲା । ଆସନ୍ତା ୬ ତାରିଖରେ ଭାରତ ସେମିଫାଇନାଲ ଖେଳିବ । ଗତ ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ରୌପ୍ୟ ପଦକ ହାସଲ କରିଥିଲା । ୧୯୯୮ ଓ ୨୦୧୮ ଖେଳରେ ଭାରତର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଟୋକିଓ ଅଲିମ୍ପିକରେ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

Get real time updates directly on you device, subscribe now.