fbpx

ଭୟ ବଢାଉଛି କରୋନା ମହାମାରୀ: ଗୋଟିଏ ସ୍କୁଲରୁ ୪୧ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ

ରାୟଗଡା: କରୋନା ସଂକ୍ରମଣ ଏବେ ସରକାରଙ୍କ ପାଇଁ ସବୁଠୁ ବଡ ଚିନ୍ତାର କାରଣ ହୋଇ ଠିଆ ହୋଇଛି । ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲଗାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି ପ୍ରଶାସନ । କିନ୍ତୁ ଏଥିରେ ସପଳତା ମିଳିବା କଷ୍ଟକର ହୋଇପଡିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଦିନ ଅଧିକ ସଂଖ୍ୟକ କରୋନା କେସ ସାମନାକୁ ଆୁସଛି । ସେପଟେ ଆଜି ରାୟଗଡାର ଗୋଟିଏ ସ୍କୁଲରେ ଏକା ସାଙ୍ଗରେ ୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସୂଚନା ଅନୁସାରେ, ରାୟଗଡା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବାଳିକା ଉଚ୍ଚ ବିଦ୍ୟାଳୟର ମୋଟ ୪୧ ଜଣ ଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ସମ୍ପୂର୍ଣ୍ଣ ସ୍କୁଲ ଏବଂ ଏହି ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି । କରୋନା ଚିହ୍ନଟ ହୋଇଥିବା ସମସ୍ତ ଛାତ୍ରୀଙ୍କୁ ସ୍କୁଲ ପରିସର ଭିତରେ ଆଇସୋଲେସନରେ ରଖାଯାଇଥିବା ଜଣାଯାଇଛି ।

ତେବେ ହଷ୍ଟେଲର ଅନ୍ୟ ଛାତ୍ରୀମାନଙ୍କ ନମୁନା ଏବେ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିଲେ ଏହା ପରର କୌଣସି ନିଷ୍ପତ୍ତି କିମ୍ବା ପଦକ୍ଷେପ ନିଆଯିବ । ସେପଟେ କରୋନା ସଂକ୍ରମିତ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଥିବା ସୂଚନା ମିଳିଛି । ଏହାପରେ ହଷ୍ଟେଲର ଅନ୍ୟ ଛାତ୍ରୀମାନଙ୍କ ରିପୋର୍ଟକୁ ନେଇ ଆଶଙ୍କା ବୃଦ୍ଧି ପାଉଛି ।

Get real time updates directly on you device, subscribe now.