fbpx

(Video) ମୁଁ ତୁମର କି ଦୋଷ କରିଥିଲି…ଚକୋଲେଟ ଦେବା ଆଳରେ ଡାକିନେଇ ୪ର୍ଥ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ

ଭୁବନେଶ୍ୱର: ଚକୋଲେଟ ଦେବା ଆଳରେ ଡାକିନେଇ ୪ର୍ଥ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳରେ । ବାଘମାରୀ ଥାନା ପୋଡାଡିହ ନୋଡାଲ ଉଚ୍ଚ ବିଦ୍ୟାଳୟର ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀକୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ଯୁବକ ଜଣକ ସେହି କୁନି ଝିଅଟିକୁ ଚକୋଲେଟ ଦେଇ ସ୍କୁଲରୁ ଡାକିନେଇଥିଲା ।ଯୁବକ ଜଣକ ଭୁଲି ଯାଇଥିଲା ମାନବିକତା, ଭୁଲି ଯାଇଥିଲା ତା ସାମ୍ନାରେ ଅଛି ଏହି ଛୋଟ ଛୁଆଟି । ଆଉ ତାପରେ ତା ସହ ଘଟାଇଥିଲା ଅମାନୁଷିକ କାଣ୍ଡ । ପିଲାଟି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ତା ସହ ଘଟାଇଥିଲା ଅମାନୁଷିକ କାଣ୍ଡ ।

ତେବେ ଗତ ମଙ୍ଗଳବାର ଏହି ଘଟଣା ଘଟିଥିବା ବେଳେ ପରିବାର ପକ୍ଷରୁ ଆଜି ବାଘମାରୀ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଭିତ୍ତି କରି ବାଘମାରୀ ପୋଲିସ ଉକ୍ତ ଯୁବକ ଜଣକୁ ଅଟକ ରଖି ପଚରାଉଚରା କରୁଛି ।

Get real time updates directly on you device, subscribe now.