fbpx

ଶୁଟ କରୁ କରୁ କରିନେଲେ ଲୁଟ: ସମ୍ପର୍କୀୟଙ୍କୁ ଚୂନ ଲଗାଇ ଲୁଟି ନେଲେ ନେସନାଲ ଶୁଟିଙ୍ଗ ପ୍ଲେୟର

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରୁ ସାମନାକୁ ଆସିଛି ଏକ ବିରାଟ ଲୁଟ ଘଟଣା । ଏହି ଘଟଣା ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରିଦେଇଛି । ଜଣେ ନେସନାଲ ଶୁଟିଙ୍ଗ ପ୍ଲେୟର ଲୋକମାନଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଘଟରା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାାଂରୁ ବି ଆଶ୍ଚର୍ଯ୍ୟକର ଘଟଣା ହେଉଛି ସେ ଏହି ଲୁଟରେ କେଉଁ ଅଜଣା ବ୍ୟକ୍ତି ନୁହେଁ, ବରଂ ତାଙ୍କ କୋଚ, ସାଙ୍ଗସାଥୀ ଏବଂ ବ୍ୟବସାୟୀମାନ ଏହି ଲୁଟର ଶିକାର ହୋଇଛନ୍ତି । ଲୁଟ କରିଥିବା ଏହି ନେସନାର ଶୁଟିଙ୍ଗ ପ୍ଲେୟର ହେଉଛନ୍ତି ସପ୍ନା ସୋନବନେ ।

national shooter sapna thug more than 15 people for cash | लेडी शूटर ने  कोच, दोस्तों को भी नहीं छोड़ा, एक-एक कर सभी को बनाया निशाना | Patrika News

ସୂଚନା ଅନୁସାରେ, ଇନ୍ଦୋରର କେରାଲବାଗ ସୋସାଇଟିରେ ରହି ବୀର ରାଇଫଲ ଶୁଟିଙ୍ଗର ଟ୍ରେନିଙ୍ଗ ନେଉଥିଲେ ସପ୍ନା । ୩ ବର୍ଷ ପୂର୍ବେ ଏହି ଇନଷ୍ଟିଚ୍ୟୁଟରେ ଭାନୁ ନାମକ ଜଣେ ବ୍ୟକ୍ତିଙ୍କୁ ଜୁଏଲାରୀ ମାର୍କେଟରେ ପୁଞ୍ଜି ନିବେଶ କରିବା ପାଇଁ ରାଜି କରାଇ ଦେଇଥିଲେ । ଏହାପରେ ଭାନୁଙ୍କୁ ବିଭିନ୍ନ ଆଳ ଦେଖାଇ ଭଲ ଲାଭ କରିବା ସହ ପ୍ରଫିଟକୁ ବାଣ୍ଟି ନେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

କେବଳ ଭାନୁ ନୁହେଁ, ତାଙ୍କ ପରି ନିଜ କୋଚ ଏବଂ ଅନ୍ୟ ବ୍ୟବସାୟୀଙ୍କ ସମେତ ଅନ୍ୟ ୧୫ ଲୋକଙ୍କୁ ନିଜ ମିଠା କଥାର ଶିକାର କରିଥିଲେ । ଗହଣା ବଜାରରେ ନିବେଶ କରି ବିପୁଳ ଲାଭ ହେବାର ଆଶା ଦେଖାଇଥିଲେ ସପ୍ନା । ଭଲ ରିଟର୍ଣ୍ଣ ଦେବା ନାଁରେ ସେମାନଙ୍କଠାରୁ ସେ ନେଇଯାଇଛନ୍ତି ୩୦ ଲକ୍ଷ ଟଙ୍କା ।

ତେବେ ବର୍ଷେ ପର୍ଯ୍ୟନ୍ତ କେହି ଏ ବିଷୟରେ ସପ୍ନାଙ୍କୁ ଏ ବିଷୟରେ ପଚାରି ନଥିଲେ । କିନ୍ତୁ ଏହାପରେ ଯେବେ ଲୋକମାନେ ସେମାନଙ୍କ ଟଙ୍କା ବିଷୟରେ ପ୍ରଶ୍ନ କରନ୍ତି, ବ୍ୟବସାୟ ଧିରେ ଧିରେ ଆଗକୁ ବଢିଥାଏ ବୋଲି ଉତ୍ତର ଦିଅନ୍ତି ସପ୍ନା । ଅନେକ ଲୋକ ସପ୍ନାଙ୍କୁ ସନ୍ଦେହ କରିଥିଲେ ମଧ୍ୟ ପୁରୁଣା ପରିଚୟ ଏବଂ ଅନ୍ୟାନ୍ୟ କାରଣରୁ ଚୁପ ରହିବାକୁ ସେମାନେ ବାଧ୍ୟ ହୋଇଥିଲେ । ଫଳରେ ସପ୍ନା ଲୋକାମନଙ୍କୁ ମିଛ ସ୍ୱପ୍ନ ଦେଖାଇ ୩୦ ଲକ୍ଷ ଟଙ୍କା ଠକି ନେଇଥିବା ଜାଣିବାକୁ ମିଳିଛି ।

ତେବେ ସପ୍ନା ଲୋକଙ୍କୁ ଚୂନ ଲଗାଇ ଏକ କାର ଏବଂ ୨ଟି ଫ୍ଲାଟ କିଣି ଦେଇଥିବା କହିଛନ୍ତି ଅତିରିକ୍ତ ଡିସିପି ରାଜେଶ ରଘୁବଂଶୀ । ଶୁଟିଙ୍ଗର ଜଣେ ନେସନାଲ ପ୍ଲେୟର ହୋଇ ସୁଦ୍ଧା ଏପରି ଘୃଣ୍ୟ କାମ କରିଛନ୍ତି ସପ୍ନା । ତେବେ ମାମଲା ରୁଜୁ ହେବା ଜାଣିପାରି ଫେରାର ହୋଇଯାଇଛନ୍ତି ସପ୍ନା । ସେପଟେ ପୋଲିସ ମାମଲାର ତଦନ୍ତ କାର୍ଯ୍ୟ ଜାରି ରଖିଛି ।

Get real time updates directly on you device, subscribe now.