fbpx

ମୋଦୀ ସରକାରଙ୍କ ବଡ଼ ଘୋଷଣା: Pearls ନିବେଶକ ଫେରି ପାଇବେ ଅର୍ଥ, ଜାଣନ୍ତୁ କେବେ ମିଳିବ

ନୂଆଦିଲ୍ଲୀ: ଆପଣ ପିଏସିଏଲ ଇଣ୍ଡିଆ ଲିମିଟେଡର ନିବେଶ ଯୋଜନା ପିଅର୍ଲସରେ ନିବେଶ କରିଛନ୍ତି କି? ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଅର୍ଥ ରିଫଣ୍ଡ ପାଇବା ପାଇଁ ଏହା ଅନ୍ତିମ ସୁଯୋଗ ହୋଇଥିବା ବେଳେ କେନ୍ଦ୍ର ସରକାର ସଂସଦରେ ଏନେଇ ସୂଚନା ଦେଇଛନ୍ତି ।

ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ପିଅର୍ଲ ଆଗ୍ରୋ କର୍ପୋରେସନ ଲିମିଟେଡ, ପିଏସିଏଲ ଓ ତା’ର ସହଯୋଗୀ କମ୍ପାନୀରେ ନିବେଶ କରିଥିବା ୧.୫ ନିବେଶକଙ୍କ ରିଫଣ୍ଡ କ୍ଲେମ ଆସିସାରିଛି । ସରକାରଙ୍କ ପାଖରେ କ୍ଲେମକାରୀଙ୍କର ଏକ ଲମ୍ବା ଲିଷ୍ଟ ପହଞ୍ଚି ସାରିଛି । କ୍ଲେମ କରିବାର ଅନ୍ତିମ ତାରିଖ ଅଗଷ୍ଟ ମାସ ୩୧ ତାରିଖ ରହିଛି ।

ଜଷ୍ଟିସ ଆରଏମ ଲୋଧା କମିଟି କହିଛନ୍ତି, ପିଏସିଏଲ ଲିମିଟେଡର ଅଚଳ ସମ୍ପତିକୁ ବିକ୍ରି କରାଯାଇ ଏବେ ସୁଦ୍ଧା ୮୭୮.୨୦ କୋଟି ଯୋଗାଡ଼ କରାଯାଇଛି । ଏହି ଅର୍ଥକୁ ୬୦ ହଜାର କୋଟି ଟଙ୍କାର ପୁଞ୍ଜି ସ୍କାମର ପୀଡ଼ିତ ନିବେଶକଙ୍କୁ ଫେରସ୍ତ କରାଯିବ । ପିଜିଏଫ ଓ ପିଏସିଏଲ କମ୍ପାନୀର ସ୍ୱାମୀତ୍ୱ କମ୍ପାନୀର ୪୨ ହଜାର ୯୫୦ କୋଟି ପ୍ରପର୍ଟିର ଡକ୍ୟୁମେଣ୍ଟ ସହିତ ବିଏମଡବ୍ଲ୍ୟୁ ଓ ଅନ୍ୟ ଦାମୀ ଗାଡ଼ି ସିବିଆଇ ଦ୍ୱାରା ଜବତ କରାଯାଇଥିଲା ।

୨୦୧୬ରେ କେନ୍ଦ୍ର ସରକାର ଲୋଧା କମିଟି ଗଠନ କରିଥିଲେ । କମିଟି ପିଏସିଏଲ ଓ ତା’ ସହ ଜଡ଼ିତ ଅନ୍ୟ ସଂସ୍ଥାର ସମ୍ପତି ବିକ୍ରି କରି ୮୭୮.୨୦ କୋଟି ରିକଭର କରି ସାରିଛି । ଏଥିରେ ପିଏସିଏଲର ୧୧୩ଟି କମ୍ପାନୀର ନିଲାମୀରୁ ମିଳିଥିବା ୮୬.୨୦ କୋଟି ମଧ୍ୟ ସାମିଲ ରହିଛି ।

Get real time updates directly on you device, subscribe now.