fbpx

+୩ ନାମଲେଖା ପ୍ରକ୍ରିୟା ଆରମ୍ଭ, ଏହି ତାରିଖରୁ ଛାତ୍ରଛାତ୍ରୀ କରିପାରିବେ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋମବାର ଅପରାହ୍ନରେ ପ୍ରକାଶ ପାଇଛି +୨ କଳା ପରୀକ୍ଷା ଫଳାଫଳ । ଚଳିତ ବର୍ଷ କଳାରେ ପାସ୍ ହାର ୮୨.୧୦ % ପ୍ରତିଶତ ରହିଛି । ପୂର୍ବରୁ +୨ ବିଜ୍ଞାନ ଏବଂ ବାଣିଜ୍ୟ ଫଳାଫଳ ବାହାରିସାରିଥିବାବେଳେ ଏବେ +୨ ପ୍ରକାଶ ପରେ ସରିଛି +୨ ପରୀକ୍ଷା ପ୍ରକ୍ରିୟା । ଏହାରି ମଧ୍ୟରେ +୩ ଆଡମିଶନ ନେଇ ବିଜ୍ଞପ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ।

ବିଜ୍ଞପ୍ତି ଅନୂଯାୟୀ, ଅଗଷ୍ଟ ୧୧ ରୁ ୨୩ ଯାଏଁ ନାମଲେଖା ଆବେଦନ କରାଯିବ । ଅଗଷ୍ଟ ୩୧ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ଏବଂ ସେପ୍ଟେମ୍ବର ୨ ରୁ ୫ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୧୨ ରୁ ୧୪ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଶେଷରେ ୧୬ ତାରିଖରେ ଖାଲିଥିବା ସିଟ୍ ତାଲିକା ପ୍ରକାଶିତ ହେବ ।

Get real time updates directly on you device, subscribe now.