fbpx

ପୁଣି ବୁଡ଼ିଲା ବସ୍ ! ଇସ୍କନ ମନ୍ଦିର ସାମ୍ନାରେ ଅଟକିଲା OSRTC ବସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ବିଭିନ୍ନ ଜିଲ୍ଲାରେ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯିବା ସହ ୟେଲୋ ତଥା ରେଡ୍ ୱାର୍ଣ୍ଣିଂ ମଧ୍ୟ ଜାରିକରାଯାଇଛି ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜାରିରହିଛି ଲଗାଣ ବର୍ଷା । ରାଜଧାନୀରେ ବର୍ଷା ପରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଟିକିଏ ବର୍ଷା ହେଲେ ପାଣି ଜମିଯାଉଥିବା ଇସ୍କନ ସାମ୍ନାରେ ଆଜି ପୁଣି ଲଗାଣ ବର୍ଷା ଯୋଗୁଁ ପାଣି ଜମିଛି ଫଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ଏହି କୃତ୍ରିମ ବନ୍ୟାରେ ଓଏସଆରସିଟିସି ବସ୍ ମଧ୍ୟ ବୁଡ଼ିଯାଇଥିବା ଦେଖିବାକୁ ମିଳିଛି ଏହା ସହ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ନିକଟରେ ବର୍ଷା ଜଳରେ ବୁଡ଼ିଯାଇଥିଲା ମୋ ବସ୍ । ଜଟଣୀ ଅଣ୍ଡରପାସ୍ ନିକଟରେ ଏକ ମୋ ବସ୍ ବର୍ଷା ଜଳରେ ବୁଡ଼ିଯାଇଥିଲା । ଫଳରେ ଯାତ୍ରୀମାନେ ପହଁରି ସେଠାରୁ ବାହାରିଥିଲେ ।

Get real time updates directly on you device, subscribe now.